ଦୂତିଙ୍କ ପାଇଁ ଲକି ନବୀନ

ଭୁବନେଶ୍ବର:  ଅନ୍ତର୍ଜାତୀୟ ସ୍ତରରେ ଭାରତକୁ ଗୌରବାନ୍ବିତ କରିଥିବା ଓଡିଆ ଝିଅ ଦୂତି ଚାନ୍ଦ ଦୁଇଟି ରୌପ୍ୟ ପଦକ ନେଇ ଆଜି ଓଡ଼ିଶା ମାଟିକୁ ଫେରିଛନ୍ତି। ଭୁବନେଶ୍ୱର ଏୟାରପୋର୍ଟରେ ପହଞ୍ଚିବା ପରେ ରାଜ୍ୟ ସଚ୍ଚିବାଳୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୂତିଙ୍କୁ ସମ୍ବର୍ଦ୍ଧିତ କରିବା ସହ ପୂର୍ବ ଘୋଷିତ ୩ କୋଟି ଟଙ୍କାର ଚେକ୍ ପ୍ରଦାନ କରିଛନ୍ତି। ଦୂତିଙ୍କ ପ୍ରଶିକ୍ଷକ ଏନ୍ ରମେଶଙ୍କୁ ମଧ୍ୟ ମୁଖ୍ୟମନ୍ତ୍ରୀ ସମ୍ବର୍ଦ୍ଧିତ କରିବା ସହ ଉଭୟଙ୍କୁ ସଫଳତାର ଶୁଭକାମନା ଜଣାଇଛନ୍ତି।  ଏସୀୟ କ୍ରୀଡ଼ାରେ ଓଡ଼ିଆ ଝିଅ ଦୂତି ଚାନ୍ଦଙ୍କ ସଫଳତା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଫୋନରେ କଥା ହୋଇଥିଲେ । ସେହିପରି କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ ରାଜ୍ୟ ବର୍ନ୍ଧନ ସିଂହ ରାଠୋରଙ୍କ ସମେତ ଓଡ଼ିଶାର ଖେଳପ୍ରେମୀ ଓ ପ୍ରଶଂସକମାନେ ଦୂତିଙ୍କୁ ଶୁଭେଚ୍ଛା ଜଣାଇଥିଲେ ।  ମୁଖ୍ୟମନ୍ତ୍ରୀ ତାଙ୍କ ପାଇଁ ଲକି ବୋଲି କହିଛନ୍ତି ଦୂତି।

Share

Leave a Reply

Your email address will not be published. Required fields are marked *

twenty − 18 =