ଡାକ୍ତରଖାନାରୁ ପିଲା ଚୋରୀ

ବ୍ରହ୍ମପୁର—ସ୍ଥାନୀୟ ଏମକେସିଜି ମେଡିକାଲ କଲେଜରୁ ଏକ ଶିଶୁ କନ୍ୟା ଚୋରୀ ହୋଇଥିବା ସଂମ୍ପର୍କରେ ଅଭିଯୋଗ ହୋଇଛି । ମହିଳା ଜଣକ ଡାକ୍ତରଖାନାରେ ଏକ କନ୍ୟାସଂନ୍ତାନକୁ ଜନ୍ମ ଦେଇଥିଲେ । ଆଜି ଅନ୍ୟଜଣେ ମହିଳା ଟିକା ଦିଆଯିବ କହି ମା’ ପାଖରୁ ଶିଶୁଟିକୁ ନେଇ କୁଆଡେ ଚଂମ୍ପଟ ମାରିଛି । ଏ ସଂମ୍ପର୍କରେ ମହିଳାଙ୍କ ପରିବାର ପକ୍ଷରୁ ବୈଦ୍ୟନାଥପୁର ଥାନାରେ ଅଭିଯୋଗ କରାଯାଇଛି । ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ଡାକ୍ତରଖାନାରୁ ପିଲା ଚୋରୀ ନେଇ ଆଲୋଡନ ସୃଷ୍ଟି ହୋଇଛି ।

Share

Leave a Reply

Your email address will not be published. Required fields are marked *

sixteen − 5 =