ତାଳଚେରରୁ ଉତ୍ପାଦିତ ସାରରୁ 50% ରାଜ୍ୟକୁ ଦେବାକୁ ଦାବି

ଭୁବନେଶ୍ବର () ତାଳଚେର ସାର କାରଖାନାର ଭିତ୍ତିପ୍ରସ୍ତର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଖୁସି ପ୍ରକାଶ କରିଛନ୍ତି । ଏହା ରାଜ୍ୟର ଚାଷୀଙ୍କ ପାଇଁ ବେଶ ସହାୟକ ହେବ ବୋଲି ସେ କହିଛନ୍ତି । ବାର୍ଷିକ 1.28 ନିୟତ ମେଟ୍ରିକ ଟନ ସାର ଉତ୍ପାଦନ ପରେ ରାଜ୍ୟରେ ଚାଷୀଙ୍କ ସାର ବ୍ୟବହାର ହାର ବୃଦ୍ଧି ପାଇବ ବୋଲି ସେ ଆଶା ପ୍ରକାଶ କରିଛନ୍ତି । ଶିଳାନ୍ୟାସ ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ର ପେଟ୍ରୋଲିୟ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ର ଆଦିବାସୀ କଲ୍ୟାଣମନ୍ତ୍ରୀ ଜୁଏଲ ଓରାମ,

ଓଡିଶାରେ ସାର କାରଖାନା କାର୍ଯ୍ୟକ୍ଷମ ହେଲେ ରାଜ୍ୟର ଚାଷୀଙ୍କ ସାର ବ୍ୟବହାର ବୃଦ୍ଧି ପାଇବା ସହ କୃଷି ଉତ୍ପାଦନ ମଧ୍ୟ ବୃଦ୍ଧି ପାଇବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଏହି ପ୍ରକଳ୍ପ ପରିବେଶ ସୁରକ୍ଷା ଦିଗରେ କୋଇଲାର ବିକଳ୍ପ ବ୍ୟବହାରକୁ ମଧ୍ୟ ସହାୟତା କରିବ । ଓଡିଶାର ମୁଖ୍ୟ ଫସଲ ହେଉଛି ଧାନ ଚାଷ । ଏଥିପାଇଁ ବହୁମାତ୍ରାରେ ସାର ବିଶେଷ କରି ୟୁରିଆର ଆବଶ୍ୟକତା ରହିଛି ।

କିନ୍ତୁ ରାଜ୍ୟରେ ସାରର ବ୍ୟବହାର ମାତ୍ର ହେକ୍ଟର ପିଛା 68 କେଜି । ଯାହାକି ଜାତୀୟ ହାରର 50 ପ୍ରତିଶତରୁ ସାମାନ୍ୟ ଅଧିକ । ପୂର୍ବ ଭାରତରେ ସାର କରାଖାନା ନଥିବାରୁ ସାର ପାଇଁ ଓଡିଶା ଆନ୍ଧ୍ରପ୍ରଦେଶ, ଉତ୍ତର ପ୍ରଦେଶ ଓ ମହାରାଷ୍ଟ୍ର ଉପରେ ନିର୍ଭରଶୀଳ  । ଏହାଦ୍ବାରା ପରିବହନ ଖର୍ଚ୍ଚ ବଢୁଛି ଏବଂ ସମୟେ ସମୟେ ନିର୍ଦ୍ଧାରିତ ସମୟ ସୁଦ୍ଧା ସାର ପହଁଚିପାରୁନି ।

ଏହିଦୃଷ୍ଟିରୁ ତାଳଚେର ସାର କାରଖାନାରୁ ଉତ୍ପାଦିତ ହେବାକୁଥିବା ସାରର 50 ପ୍ରତିଶତ ଓଡିଶାରେ ବିନିଯୋଗ କରିବାକୁ ଅନୁମତି ଦେବାକୁ ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଅନୁରୋଧ କରିଛନ୍ତି । ପୂର୍ବ ଭାରତରେ ଓଡିଶା ଏକ ମାନୁଫାକଚରିଂ ହବ ହେବାକୁ ଯାଉଛି । ଗତ ଦୁଇ ଦଶନ୍ଧି ମଧ୍ୟରେ ରାଜ୍ୟର ଅର୍ଥନୈତିକ ଓ ଶିଳ୍ପର ଦ୍ରୁତ ବିକାଶ ହୋଇଛି । ଓଡିଶାର ଅଭିବୃଦ୍ଧି ହାର ଜାତୀୟ ହାର ଠାରୁ ମଧ୍ୟ ଆଗରେ ରହିଛି । ଏଦିଗରେ ଶିଳ୍ପର ବିକାଶ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ନେଉଛି । ରାଜ୍ୟରେ ଶିଳ୍ପର ବିକାଶ ପାଇଁ ସବୁ ପ୍ରକାର ସହାୟତା ଓ ପରିବେଶ ସୃଷ୍ଟି କରିବାକୁ ରାଜ୍ୟ ସରକାର ପ୍ରତିଶୃତି ବଦ୍ଧ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

Share

Leave a Reply

Your email address will not be published. Required fields are marked *

two − one =