ସ୍ଥିତି ନିୟନ୍ତ୍ରଣକୁ ଆସିଗଲାଣି: ପୁଲିସ କମିଶନର

ଭୁବନେଶ୍ୱର()  ରାଜଧାନୀର ରାଜଭବନ ନିକଟସ୍ଥ  ପେଟ୍ରୋଲ ପମ୍ପରେ ବିସ୍ଫୋରଣ ପରେ ନିଆଁ ଲାଗିବା ଘଟଣା ନେଇ ପୁଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ ନିଜ ପ୍ରତିକ୍ରିୟାରେ  କହିଛନ୍ତି ଯେ,  ପେଟ୍ରୋଲ ପମ୍ପରେ ମୋଟ ୩ଟି ଟାଙ୍କି ରହିଛି ।  ପେଟ୍ରୋଲ ଟାଙ୍କି, ଡିଜେଲ ଟାଙ୍କି ଓ ସିଏନଜି ଟାଙ୍କି ରହିଛି ।  ସିଏନଜି ଟାଙ୍କିରେ ନିଆଁ ଲାଗିଛି । ପେଟ୍ରୋଲ ଓ ଡିଜେଲ ଅକ୍ଷତ ଅଛି ।  ସ୍ଥିତି ନିୟନ୍ତ୍ରଣକୁ ଆସିଗଲାଣି । କିଛି ସମୟରେ ପୂରା ନିୟନ୍ତ୍ରଣ ହେବ । କିଛି ଲୋକ ଆହତ ହୋଇଛନ୍ତି ।  ହେଲେ କେତେ ଆହତ ହୋଇଛନ୍ତି ସେନେଇ ନିର୍ଦ୍ଧିଷ୍ଟ କହି ହେବନି ।  ଆହତମାନଙ୍କୁ ହସ୍ପିଟାଲ ପଠାଯାଉଛି । ପର୍ଯ୍ୟପ୍ତ ଆମ୍ବୁଲାନ୍ସ ଅଛି ।  ବିସ୍ଫୋରଣ ଘଟିଥିବା ସିଏନଜି ପାଖରେ ପେଟ୍ରୋଲ ଟାଙ୍କି ରହିଛି ।  ସେଥିରେ ଯେମିତି ନିଆଁ ନଲାଗିବ, ଆମେ ଉଦ୍ୟମ ଚଳାଇଛୁ ବୋଲି ପୁଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ କହିଛନ୍ତି ।

ଅନ୍ୟପକ୍ଷରେ ରାଜଧାନୀର ରାଜଭବନ ନିକଟସ୍ଥ  ପେଟ୍ରୋଲ ପମ୍ପରେ ବିସ୍ଫୋରଣ ପରେ ଅଗ୍ନିକାଣ୍ଡ ଘଟଣାରେ ଆହତଙ୍କ ସଂଖ୍ୟା ନେଇ କ୍ୟାପିଟାଲ ହସ୍ପିଟାଲର ନିଦେ୍ର୍ଧଶକ ସୂଚନା ଦେଇଛନ୍ତି ।  ଏଯାବତ ୮ଜଣଙ୍କୁ କ୍ୟାପିଟାଲ ହସ୍ପିଟାଲ ଅଣାଯାଇଥିବା ସେ କହିଛନ୍ତି ।  ସେମାନଙ୍କ ମଧ୍ୟରୁ   ୨ ଜଣ ଗୁରୁତର  ଅଛନ୍ତି । ଗୁରୁତରମାନଙ୍କୁ ଏସିବି ପଠାଯାଇଥିବା  କ୍ୟାପିଟାଲ ହସ୍ପିଟାଲର ନିଦେ୍ର୍ଧଶକ କହିଛନ୍ତି ।

Share

Leave a Reply

Your email address will not be published. Required fields are marked *

two × 4 =