ଓଡିଶାରେ କୋଇଲା ସଂକଟ ନାହିଁ:ମୁଖ୍ୟ ଶାସନ ସଚିବ

ଅନ୍ୟ ରାଜ୍ୟ ତୁଳନାରେ ଓଡିଶାରେ କୋଇଲା ସଙ୍କଟ ନାହିଁ । କିଛି ଦିନ ତଳେ ଓଡିଶାର ପାଓ୍ୱାର ଜେନେରେସନ୍‌ ନେଇ ସମୀକ୍ଷା ହୋଇଥିଲା ବୋଲି କହିଛନ୍ତି ରାଜ୍ୟ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ।ସେ ଆହୁରୀ ମଧ୍ୟ କହିଛନ୍ତି ଯେ, ଅନ୍ୟ ରାଜ୍ୟରେ ଯେପରି ୧୦ରୁ ୧୨ ଘଣ୍ଟା ବିଜୁଳି କାଟ ହେଉଛି ବା କୋଇଲା ପହଞ୍ଚି ପାରୁନି, ସେଭଳି ସ୍ଥିତି ଓଡ଼ିଶାରେ ନାହିଁ। କାରଣ ରାଜ୍ୟରେ ସମସ୍ତ କୋଇଲା ଖଣି ଅଛି । ଓଡ଼ିଶାର ସବୁ ପାଓ୍ୱାର ପ୍ଲାଣ୍ଟ ଗୁଡିକୁ ପର୍ଯ୍ୟାପ୍ତ କୋଇଲା ଯୋଗାଇବାକୁ ଏମ୍‌ସିଏଲ୍‌ ଏମ୍‌ଡିଙ୍କ ସହ ମୁଁ କଥା ହୋଇଛି । ଏ ଦିଗରେ ପଦକ୍ଷେପ ନେବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛି । ରାଜ୍ୟ ସରକାର ଲଗାତର ଭାବେ ସ୍ଥିତି ଉପରେ ନଜର ରଖିଛନ୍ତି ।

Share

Leave a Reply

Your email address will not be published. Required fields are marked *

2 × 3 =