ବନ୍ଧାହେଲେ ବାଇକ୍ ଲୁଟେରା

କଟକ: ଲକଡାଉନରେ ବାଇକ ଚୋରୀ କରୁଥିବା ବେଳେ ଜଣେ ନାବାଳକ ସହ ୨ଜଣ ପୋଲିସ ହାତରେ ଧରା ପଡ଼ିଛନ୍ତି । କଟକ ଜିଲ୍ଲା ଟାଙ୍ଗୀ ଅଞ୍ଚଳରୁ ଆସିଛି ଏଭଳି ଖବର । ସୋରଣ ବଜାରରେ ଦୁଇଜଣ ବାଇବ ରଖି ସଉଦା କିଣୁଥିବା ବେଳେ ଏମାନେ ବାଇକ ନେଇ ଚମ୍ପଟ ମାରିଥିଲେ । ପରେ ପୋଲିସ ହାତରେ ଧରା ପଡିଛନ୍ତି ଲୁଟେରା ।

ପୋଲିସ୍ ବିଭିନ୍ନ ସ୍ଥାନରେ ବ୍ଲକିଂ କରି ୨ ଟି ଯାକ ଗାଡିକୁ ଜବତ କରିଥିଲା । ଏହା ସହ ଜଣେ ନାବାଳକ ସମେତ ୨ ଜଣଙ୍କୁ ଗିରଫ କରିଛି ପୋଲିସ୍ । ତେବେ ଗିରଫ ଅଭିଯୁକ୍ତ ଦ୍ୱୟ ବିଭିନ୍ନ ସମୟରେ ଵହୁ ଲୁଟ୍ ପାଟରେ ସଂପ୍ରୁକ୍ତ ଥିଵା ପୋଲିସ୍ ଜାଣି ପାରିଛି । ଆଗକୁ ଆହୁରି ଚୋରା ଗାଡି ରାକେଟ ଉପରେ ନଜର ରଖିବା ସହ ଚୋରୀ ରାହାଯାନୀକୁ ରୋକିବାକୁ ଦୁରୁତ୍ୱ ଦିଆଯିବ ବୋଲି ଟାଙ୍ଗୀ ଥାନାର ଯୁବ ପୋଲିସ୍ ଆଇଆଇସି ଆଶା ରଖିଛନ୍ତି।

Share

Leave a Reply

Your email address will not be published. Required fields are marked *

five × one =