ରୋଗୀ ସେବା ପାଇଁ ଓଡିଶା ପୁରସ୍କୃତ

ଭୁବନେଶ୍ବର () ରାଜ୍ୟରେ ସରକାରୀ ଡାକ୍ତରଖାନା ଗୁଡିକରେ ବର୍ହି ବିଭାଗ ରୋଗୀ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ୨୦୧୫-୧୬ ଏବଂ ୨୦୧୬-୧୭ ବର୍ଷରେ ବର୍ହି ବିଭାଗରେ ରୋଗୀ ସେବା ଲାଗି ସର୍ବ ଭାରତୀୟ ସ୍ତରରେ ଓଡିଶା ଦ୍ବିତୀୟ ପୁରସ୍କାର ପାଇଛି । ଉତ୍ତମ ସ୍ବାସ୍ଥ୍ୟ ସେବା ପାଇଁ ଆସାମର ଜାକିରଙ୍ଗା ଠାରେ ଅନୁଷ୍ଠିତ ୫ମ ଜାତୀୟ ସମ୍ମିଳନୀରେ ଓଡିଶାକୁ ଏହି ପୁରସ୍କାର ପ୍ରଦାନ କରାଯାଇଛି । ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସ୍ବତନ୍ତ୍ର ସଚିବ କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ  ଜେ.ପି.ନଡ୍ଡାଙ୍କ ଠାରୁ ଏହି ପୁରସ୍କାର ଗ୍ରହଣ କରିଛନ୍ତି । ଓଡିଶା ସମେତ ଏହି ଦ୍ବିତୀୟ ପୁରସ୍କାର ପାଇଥିବା ଅନ୍ୟ ଦୁଇଟି ରାଜ୍ୟ ହେଉଛି ଗୁଜୁରାଟ ଓ କର୍ଣ୍ଣାଟକ ।

ରାଜ୍ୟରେ ଜନସାଧାରଣଙ୍କୁ ଗୁଣାତ୍ମକ ସ୍ବାସ୍ଥ୍ୟସେବା ପ୍ରଦାନ ନିମନ୍ତେ ଭିତିଭୂମି ବିକାଶ ଠାରୁ ଆରମ୍ଭ କରି ମାନବସମ୍ବଳର ବ୍ୟବସ୍ଥା ଏବଂ ନିରାମୟ ଯୋଜନାରେ ବିନାମୂଲ୍ୟରେ ସମସ୍ତ ପ୍ରକାର ଔଷଧ, ନିଦାନ ମାଧ୍ୟମରେ ମାଗଣା ରୋଗ ନିରୂପଣ ଆଦି ବିଭିନ୍ନ ପ୍ରକାର ବ୍ୟବସ୍ଥା କାର୍ଯ୍ୟକାରୀ କରାଯିବା ଫଳରେ ସରକାରୀ ଡାକ୍ତରଖାନା ଗୁଡିକରେ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଏହାଛଡା ସ୍ବାସ୍ଥ୍ୟ ସଂପର୍କିତ ସଚେତନା ଯୋଗୁଁ ଅଧିକରୁ ଅଧିକ ଲୋକ ଡାକ୍ତରଖାନା ମାନଙ୍କୁ ଆସୁଛନ୍ତି । ଯେଉଁଥିପାଇଁ ରାଜ୍ୟର ସରକାରୀ ଡାକ୍ତରଖାନା ଗୁଡିକର ବର୍ହିବିଭାଗ  ଓ ଆନ୍ତଃ ବିଭାଗରେ ପ୍ରତି ବର୍ଷ ରୋଗୀଙ୍କ ସଂଖ୍ୟା ବଢିବାରେ ଲାଗିଛି । ରାଜ୍ୟ ଆର୍ଥିକ ସର୍ଭେ ରିପୋର୍ଟ ଅନୁଯାୟୀ ୨୦୦୯-୧୦ ବର୍ଷରେ ରାଜ୍ୟର ମୋଟ ଜନସଂଖ୍ୟାର ୬୦.୬୨ ପ୍ରତିଶତ ଲୋକ ବର୍ହି ବିଭାଗରେ ଚିକିତ୍ସିତ ହୋଇଥିବା ବେଳେ ଆନ୍ତଃ ବିଭାଗରେ ୮.୭ ପ୍ରତିଶତ ରୋଗୀ ଚିକିତ୍ସିତ ହୋଇଥିଲେ । ୨୦୧୪-୧୫ ବର୍ଷରେ ଏହା ଯଥାକ୍ରମେ ୭୧.୨୧ ପ୍ରତିଶତ ଏବଂ ୧୦.୪୧ ପ୍ରତିଶତ ହୋଇଥିଲା ବେଳେ ୨୦୧୫-୧୬, ୨୦୧୬-୧୭ ଏବଂ ୨୦୧୭-୧୮ ବର୍ଷରେ ଏହି ସଂଖ୍ୟା ପ୍ରାୟ ୮ ପ୍ରତିଶତରୁ ଅଧିକ ବୃଦ୍ଧି ପାଇଛି।

Share

Leave a Reply

Your email address will not be published. Required fields are marked *

seventeen − two =