ସାମ୍ନାକୁ ଆସିଲା ସାମ୍ଭାବ୍ୟ ମନ୍ତ୍ରୀଙ୍କ ତାଲିକା

ସାମ୍ନାକୁ ଆସିଲା ସାମ୍ଭାବ୍ୟ ମନ୍ତ୍ରୀଙ୍କ ତାଲିକା । କେନ୍ଦୁଝରରୁ ବଦ୍ରିନାରାୟଣ ପାତ୍ର ହୋଇ ପାରନ୍ତି ସାମିଲ । ଗଞ୍ଜାମ ଜିଲ୍ଲାରୁ ଲତିକା ପ୍ରଧାନ, ବୌଦ୍ଧ ଜିଲ୍ଲାରୁ ପ୍ରଦୀପ ଅମାକ, କେନ୍ଦ୍ରପଡ଼ାରୁ ଅତନୀ ସବ୍ୟସଚୀ ନାଏକ, ମୟୂରଭଞ୍ଜରୁ ବାସନ୍ତୀ ହେମ୍ରମ, ବାଲେଶ୍ୱର ଜିଲ୍ଲାରୁ ବିଧାୟକ ଅଶ୍ୱିନୀ ପାତ୍ର, ଗଞ୍ଜାମ ଜିଲ୍ଲାରୁ ବିଧାୟକ ଲତିକା ପ୍ରଧାନ ଏଭଳି କିଛି ଚେହେରା ସାମ୍ଭାବ୍ୟ ତାଲିକାରେ ସ୍ଥାନ ପାଇଛନ୍ତି । ସେପଟେ ସ୍ନେହାଙ୍ଗୀନୀ ଛୁରିଆ, ସୁକିନ୍ଦା ବିଧାୟକ ପ୍ରିତୀ ରଞ୍ଜନ ଘୋଡ଼େଇ, ଲତିକା ପ୍ରଧାନଙ୍କ ନାମ ସ୍ପଷ୍ଟ ହୋଇଛି ।

ସାମ୍ଭାବ୍ୟ ମନ୍ତ୍ରୀଙ୍କୁ ହେଟ କ୍ୱାଟର ନଛାଡ଼ିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଅନ୍ୟପଟେ ଚଳିତଥର ଏଥର ମନ୍ତ୍ରିମଣ୍ଡଳ ପୁର୍ନଗଠନରେ ମୁଖ୍ୟମନ୍ତ୍ରୀ ଏକ ନୂତନ ଶୈଳୀ ଆପଣାଇଛନ୍ତି। କାରଣ ପୂର୍ବର ୪ ପାଳି ମୁଖ୍ୟମନ୍ତ୍ରିତ୍ବରେ ମନ୍ତ୍ରିମଣ୍ଡଳ ପରିବର୍ତ୍ତନ ସମୟରେ ନିର୍ଦ୍ଦିଷ୍ଟ ମନ୍ତ୍ରୀଙ୍କୁ ଇସ୍ତଫା ଦେବାକୁ କୁହାଯାଇଥିଲା। ରାଜନୈତିକ ବିଶ୍ଳେଷକମାନେ କହିଛନ୍ତି କି ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡିଙ୍କ ଫର୍ମୁଲାକୁ ଆପଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

Share

Leave a Reply

Your email address will not be published. Required fields are marked *

8 + eighteen =