ଭଦ୍ରକରେ ୧୨ ଘଣ୍ଟିଆ ବନ୍ଦ ଡାକରା

ସରକାରୀ ମେଡିକାଲ କଲେଜ ପ୍ରତିଷ୍ଠା ଦାବିରେ ଭଦ୍ରକ ଜିଲ୍ଲାରେ ୧୨ ଘଣ୍ଟିଆ ବନ୍ଦ ପାଳନ । ମେଡିକାଲ କଲେଜ ସଂଗ୍ରାମ ସେନା ଡାକରାରେ ସକାଳ ୬ଟାରୁ ଆରମ୍ଭ ହୋଇଛି ବନ୍ଦ ପାଳନ । ସକାଳୁ ସକାଳୁ ଦେଖିବାକୁ ମିଳିଛି ବନ୍ଦର ପ୍ରଭାବ । ପିକେଟିଂ କରି ବିଭିନ୍ନ ସ୍ଥାନରେ ଆନ୍ଦୋଳନକାରୀ ରାସ୍ତା ଅବରୋଧ କରିଛନ୍ତି । ୧୬ ନମ୍ବର ଜାତୀୟ ରାଜପଥରେ ବନ୍ଦ ରହିଛି ଗାଡ଼ିମୋଟର ଚଳାଚଳ । ଶହ ଶହ ଟ୍ରକ ଅଟକି ରହିଛି ।
ସେହିପିର ମେଡିକାଲ କଲେଜ ସଂଗ୍ରା ସେନାର ସଦସ୍ୟମାନେ ସକାଳୁ ସକାଳୁ ଭଦ୍ରକ ରେଳ ଷ୍ଟେସନରେ ଟ୍ରେନକୁ ଅଟକାଇଛନ୍ତି । ସମସ୍ତ ସରକାରୀ ଓ ବେସରକାରୀ ଅଫିସ, ଶିକ୍ଷାନୁଷ୍ଠାନ ଓ ଦୋକାନବଜାର ବନ୍ଦ ରହିଛି । ଆନ୍ଦୋଳନକୁ ସମର୍ଥନ କରୁଛନ୍ତି ବିଜେଡି, କଂଗ୍ରେସ, ବିଜେପି ଓ ସିପିଏମ । ବନ୍ଦ ଡାକରାକୁ ସମର୍ଥନ କରିଛି ଚାନ୍ଦବାଲି କ୍ରିୟାନୁଷ୍ଠାନ କମିଟି । କେବଳ ଅତ୍ୟାବଶ୍ୟକ ସେବାକୁ ବାଦ ଦିଆଯାଇଛି । ଅଭିଯୋଗ ହୋଇଛି, ଦୀର୍ଘ ୨ ମାସ ହେବ ଆନ୍ଦୋଳନ, ଧାରଣା ଓ ଦାବିପତ୍ର ପ୍ରଦାନ ସତ୍ତ୍ୱେ କେନ୍ଦ୍ର ଓ ରାଜ୍ୟ ସରକାର କୌଣସି ପଦକ୍ଷେପ ଦିଆଯାଉ ନାହିଁ । ବାଧ୍ୟ ହୋଇ ଦାବି ପୂରଣ ପାଇଁ ରାଜରାସ୍ତାକୁ ଓହ୍ଲାଇଛନ୍ତି ଜିଲ୍ଲାବାସୀ ।

Share

Leave a Reply

Your email address will not be published. Required fields are marked *

1 × one =