ଏଣିକି ଓଡ଼ିଆରେ ନାମ ଫଳକ ଲେଖିବା ବାଧ୍ୟତାମୂଳକ,ଅମାନ୍ୟ କଲେ ଲାଇସେନ୍ସ ରଦ୍ଦ

ଏଣିକି ବାଧ୍ୟତାମୂଳକ ହେବ ଓଡ଼ିଆରେ ନାମ ଫଳକ ଲେଖିବା । ଓଡ଼ିଶାର ସବୁ ଦୋକାନ ଓ ଏବଂ ବ୍ୟବସାୟିକ ପ୍ରତିଷ୍ଠାନ ଓଡ଼ିଶାରେ ନାମ ଫଳକ ଲେଖିବେ । ଯେଉଁମାନେ ଏଥିରେ ଖିଲାପ କରିବେ ସେମାନଙ୍କୁ ୭ ଦିନିଆ ନୋଟିସ୍ ଦିଆଯିବ । ଏହା ପରେ ଯଦି ସେମାନେ ଓଡ଼ିଆରେ ନାମ ଫଳକ ନଲେଖନ୍ତି ସେମାନଙ୍କ ଉପରେ କଡା କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଜରିମାନା ସହ ଆବଶ୍ୟକ ସ୍ଥଳେ ଦୋକାନ ଅବା ସଂସ୍ଥାର ଲାଇସେନ୍ସ ରଦ୍ଦ କରାଯିବ ।
ଚଳିତ ମାସ ସୁଦ୍ଧା ନିୟମ ପାଳନ ନହେଲେ କାର୍ୟ୍ୟାନୁଷ୍ଠାନ ନିଆଯିବ । ଏନେଇ ସୂଚନା ଲୋକସମ୍ପର୍କ ବିଭାଗ ପକ୍ଷରୁ ସୁଚନା ଦିଆଯାଇଛି । ନିୟମ କିପରି କଡାକଡି ପାଳନ କରାଯିବ ସେନେଇ ଜିଲ୍ଲା ଶ୍ରମ ଅଧିକାରୀ, ପୌରାଞ୍ଚଳ କାର୍ୟ୍ୟନିର୍ବାହୀ ଅଧିକାରୀ ତଦାରଖ କରିବେ । ପ୍ରଥମ ଥର ଖିଲାପକାରୀ ୫ ହଜାର ଟଙ୍କା ଲେଖାଏ ଜରିମାନା ଦେବେ । ଦ୍ୱିତୀୟ ଥର ଖିଲାପକାରୀଙ୍କ ୨୫ ହଜାର ଲେଖାଏଁ ଜରିମାନା ଦେବାକୁ ପଡିବ । ଅତିରିକ୍ତ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ଶ୍ରମ ଅଧିକାରୀ, ପୌରାଞ୍ଚଳ କାର୍ୟ୍ୟନିର୍ବାହୀ ଅଧିକାରୀ ଓ ବଜାର ଦୋକାନ ଓ ବାଣିଜ୍ୟ ସଂଘ ସହିତ ପ୍ରତି ମାସରେ ବୈଠକ ଅନୁଷ୍ଠିତ ହେବ ।

Share

Leave a Reply

Your email address will not be published. Required fields are marked *

10 + 14 =