ଆସନ୍ତାକାଲିଠୁ କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ଫୁଟବଲ ମହାକୁମ୍ଭ

ଭୁବନେଶ୍ୱରରେ ଫୁଟବଲ ମହାକୁମ୍ଭ । ଆସନ୍ତାକାଲିଠୁ କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହେଉଛି ୧୭ ବର୍ଷରୁ କମ ବିଶ୍ୱକପ ମହିଳା ଫୁଟବଲ । ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ କଳିଙ୍ଗ ଷ୍ଟାଡିୟମରେ ଉଦଘାଟନ ହେବ ବିଶ୍ୱକପ । ଏଥିପାଇଁ ସଜେଇ ହୋଇଛି ସାରା ରାଜଧାନୀ । ୧୨ ହଜାର କ୍ଷମତା ସମ୍ପର୍ଣ୍ଣ କଳିଙ୍ଗ ଷ୍ଟାଡିୟମକୁ ଅତି ସୁନ୍ଦର ଭାବରେ ସମ୍ବଲପୁରୀ ବସ୍ତ୍ର ରଙ୍ଗରେ ସଜା ଯାଇଛି । ଲାଲ , ସବୁଜ, ଧଳା ପ୍ରିଣ୍ଟରେ ସିଟ୍ ଗୁଡିକ ରଙ୍ଗିନ କରାଯାଇଛି । ପୋଷ୍ଟର ବ୍ୟାନରରେ ଛାଇ ଯାଇଛି ରାସ୍ତାକଡ । ଆୟୋଜକ ଭାରତ ସମେତ ବ୍ରାଜିଲ , ଆମେରିକା ଟିମ୍ କଳିଙ୍ଗ ଷ୍ଟାଡିୟମରେ ଖେଳିବେ । ଆସନ୍ତାକାଲି ଉଦଘାଟନୀ ମ୍ୟାଚରେ ମରକୋ-ବ୍ରାଜିଲ । ସଂଧ୍ୟାରେ ଭାରତ-ଆମେରିକା ମଧ୍ୟରେ ଖେଳାଯିବ ମ୍ୟାଚ୍ ।

Share

Leave a Reply

Your email address will not be published. Required fields are marked *

14 + eleven =