ଆଜି ପବିତ୍ର ଦୋଳପୂର୍ଣ୍ଣିମା,ଉତ୍ସବମୁଖର ଗାଁଠୁ ସହର

ଆଜି ପବିତ୍ର ଦୋଳ ପୂର୍ଣ୍ଣିମା । ଉତ୍ସବମୁଖର ହୋଇଛି ଗାଁଠୁ ସହର । ଆଜି ଶ୍ରୀମନ୍ଦିରରେ ଅନୁଷ୍ଠିତ ହେଉଛି ସ୍ବତନ୍ତ୍ର ନୀତିକାନ୍ତି । ରାଜରାଜେଶ୍ବର ବେଶ ବା ସୁନାବେଶରେ ଭକ୍ତଙ୍କୁ ଦର୍ଶନ ଦେବେ ମହାପ୍ରଭୁ । ଭୋରରୁ ଶ୍ରୀମନ୍ଦିର ଦ୍ବାର ଫିଟା ପରେ ମଙ୍ଗଳ ଆଳତି, ସୂର‌୍ୟ୍ୟପୂଜା ଓ ଦ୍ବାରପାଳ ପୂଜା କରାଯିବ । ମହାପ୍ରଭୁଙ୍କୁ ନୂଆ ଲୁଗା ପରିଧାନ କରାଯିବା ସହ ବେଶ କରାଯିବ । ପରେ ଅନ୍ୟାନ୍ୟ ନୀତି ବଢ଼ି ଦୋଳବେଦୀକୁ ମହାପ୍ରଭୁ ବିଜେ କରିବେ । ଶ୍ରୀଜିଉଙ୍କ ଚଳନ୍ତି ପ୍ରତିମା ଦୋଳ ଗୋବିନ୍ଦ, ଭୁଦେବୀ, ଶ୍ରୀଦେବୀ ମଣି ବିମାନରେ ବିଜେ କରି ଦୋଳ ବେଦୀକୁ ଯିବେ । ସେଠାରେ ସ୍ବତନ୍ତ୍ର ନୀତି ଅନୁଷ୍ଠିତ ହେବା ସହ ଭକ୍ତଙ୍କ ସହ ମହାପ୍ରଭୁ ଅବିର ଖେଳିବେ ।

Share

Leave a Reply

Your email address will not be published. Required fields are marked *

18 − three =