ବୈଜୟନ୍ତଙ୍କ ବନ୍ଧୁଙ୍କୁ ନେଇ ବିସ୍ଫୋରଣ

ଭୁବନେଶ୍ପର – ବିଶିଷ୍ଟ ଜନନେତା ଓ ଦେଶ ଭକ୍ତ ସାଜିଥିବା ପୁର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ତାଙ୍କର ବନ୍ଧୁ ବୋଲି କହୁଥିବା ଅଭିଜିତ ଆୟାର ମିତ୍ରଙ୍କୁ ନିଜ ହେଲିକେପଟରରେ ଭୁବନେଶ୍ୱର ,ପୁରୀ, କୋଣାର୍କ,ଚିଲିକା ଓ ସେଶରେ ନିଜ ନିର୍ବାଚନ ମଣ୍ଡଳୀ କେନ୍ଦ୍ରାପଡା ବୁଲାଇବା ପରେ ଅଭିଜିତ ଓଡିଶାର କଳା ସଂସ୍କୃତି ଐତିହ ଓ ଅବସ୍ଥିତି ସମ୍ପର୍କରେ ଯେଉଁ ମନ୍ତବ୍ୟ ଦେଇଛନ୍ତି ତାହା ସାରା ଓଡିଶାବାସୀଙ୍କ ସ୍ୱାଭିମାନରେ ନିଆଁ ଲଗାଇ ଦେଇଛି । ଏହାକୁ ନେଇ ସାରା ଓଡିଶାରେ ତୀବ୍ର ପ୍ରତିକ୍ରିୟା ଦେଖାଦେବା ସହିତ ବୈଜୟନ୍ତ ଓ ତାଙ୍କ ବନ୍ଧୁ ଅଭିଜିତଙ୍କୁ ନେଇ ଦଳମତ ନିର୍ବିଶେଷରେ ସମସ୍ତେ ଖଡ୍ଗହସ୍ତ ହୋଇ ଉଠିଛନ୍ତି । ଯାହାଫଳରେ ଏହାକୁ ନେଇ ସାରା ରାଜ୍ୟରେ ଯେ କେତେବେଳେ ନିଆଁ ନଜଳିବ ତାହା କହି ହେଉନାହିଁ । ଏଭଳି ପରିସ୍ତିତିରେ ବିରି ମାଡ ଦେଖି କୋଳଥ ଚେପା ନୀତିରେ ବୈଜୟନ୍ତ ନିଜକୁ ରକ୍ଷା କରିବା ପାଇଁ ଲୋକାଚାର ଦୃଷ୍ଟିରୁ ଅଭିଜିତଙ୍କ ମନ୍ତବ୍ୟକୁ ନିନ୍ଦା କରିଛନ୍ତି ।
ଅଭିଜିତ ତାଙ୍କ ଟୁଇଟରେ ଓଡିଶା ସଂମ୍ପର୍କରେ ଏକ ସାଙ୍ଘାତିକ ମନ୍ତବ୍ୟ ଦେଇଛନ୍ତି ।ତାଙ୍କର ସେହି ମନ୍ତବ୍ୟକୁ କୌଣସି ଓଡିଶାବାସୀ ଗ୍ରହଣ କରିବା ଅବସ୍ଥାରେ ନଥିବାରୁ ଯେକୌଣସି ମୂହୁର୍ତରେ ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ନହେବ ତାହା କହି ହେବ ନାହିଁ ।
ଅଭିଜିତ ତାଙ୍କ ଟୁଇଟରେ କହିଛନ୍ତି ଯେ ଓଡିଶା ଭଳି କିଛି ନାହିଁ ଓଡିଶାକୁ ବଙ୍ଗାଳି ମାନେ ଆବିଷ୍କାର କରିଥିଲେ । ଏହା ବେଙ୍ଗଲର ଏକ ଅଂଶ । ଶ୍ରୀ ଜଗନ୍ନାଥ ପ୍ରକୃତରେ କୋଲକାତାର ଦେବତା । କଳିଙ୍ଗ ରାଜା ଜଗନ୍ନାଥ ପ୍ରତିମାଙ୍କୁ ଚୋରାଇ ଆଣିଥିଲେ ।

 

Share

Leave a Reply

Your email address will not be published. Required fields are marked *

three × 1 =