ମହାରାଷ୍ଟ୍ରରେ ସରକାର ଗଠନ ଆଶା ଉଜ୍ୱଳ

ନୂଆଦିଲ୍ଲୀ() ମହାରାଷ୍ଟ୍ରରେ ଦେଖାଦେଇଥିବା ରାଜନୈତିକ ଅସ୍ଥିରତାର ଅନ୍ତ ହେବାକୁ ଯାଉଛି । ସେଠାରେ ଏକ ମିଳିତ ମନ୍ତ୍ରୀମଣ୍ଡଳ ଗଠନ ନେଇ ସମ୍ଭାବନା ଦେଖା ଦେଇଛି । ଏନସିପି ମୁଖ୍ୟ ଶରଦ ପାୱାର ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ଶିବସେନା ,ଏନସିପି ଓ କଂଗ୍ରେସ ଏହି ତିନି ଦଳକୁ ନେଇ ମିଳିତ ମନ୍ତ୍ରୀ ମଣ୍ଡଳ ଗଠନ କରାଯିବ ଏବଂ ଏଥିରେ ଶିବସେନା ପକ୍ଷରୁ ଜଣେ ପୂର୍ଣ୍ଣକାଳୀନ ମୁଖ୍ୟମନ୍ତ୍ରୀ ରହିବେ ବୋଲି ସହଯୋଗୀ ଦଳ ମାନଙ୍କ ମଧ୍ୟରେ ସହମତି ପ୍ରକାଶ ପାଇଛି । ଏହି ତିନି ଦଳକୁ ନେଇ ସରକାର ଗଠନ ନିମନ୍ତେ ଏକ ସର୍ବନିମ୍ନ କାର୍ଯ୍ୟକ୍ରମ ପ୍ରସ୍ତୁତ କରାଯିବ ଏବଂ ଏଥିପାଇଁ ଖୁବଶୀଘ୍ର ଏହି ତିନି ଦଳର ମିଳିତ ବୈଠକ ନଅୁÂିତ ହେବ ବୋଲି ଶ୍ରୀ ପାୱାର କହିଛନ୍ତି ।

Share

Leave a Reply

Your email address will not be published. Required fields are marked *

12 − seven =