ଟଙ୍କା ନଦେବାରୁ ଭାଇରାଲ ହେଲା ଫୋଟୋ

ଗାଁ ମୁଣ୍ଡରେ ଦେଖା ହୋଇଥିଲା ଦୁଇ ଜଣଙ୍କର। ଆଖିରେ ଆଖି ମିଶିଲା, ପରେ ଫୋନ୍ ନମ୍ୱର ଦିଆନିଆ ହେଲା। ଫୋନ୍ ନମ୍ୱର ମିଳିବା ପରେ ଉଭୟଙ୍କ ମଧ୍ୟରେ ହ୍ୱାଟ୍ସଆପ୍ରେ ଚ୍ୟାଟିଂ ଚାଲିଲା। ଝିଅଟି ଭୁବନେଶ୍ୱରରେ ଏକ କମ୍ପାନୀରେ କାମ କରୁଥିବାରୁ ମଝିରେ ମଝିରେ ପ୍ରେମିକ ପ୍ରବର ସେଠାକୁ ଯାଉଥିଲା। ସେଠାରେ ଉଭୟ ଏକାଠି ବୁଲୁଥିଲେ ଓ ଏକାଠି ରହୁଥିଲେ। ନିଜର ସର୍ବସ୍ୱ ଅଜାଡି ଦେଇଥିଲା ପ୍ରେମିକା। କିନ୍ତୁ ଜାଣିନଥିଲା ପ୍ରେମିକର ଚାଲ୍।
ପ୍ରେମିକାର ଅଜାଣତରେ ପ୍ରେମିକ କିନ୍ତୁ ଉଠାଇଥିଲା କିଛି ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ। ପରବର୍ତ୍ତୀ ସମୟରେ ସେହି ଫଟୋକୁ ଦେଖାଇ ପ୍ରେମିକାକୁ ପ୍ରେମିକ ବ୍ଲକମେଲିଂ ଆରମ୍ଭ କରିଦେଲା। ପ୍ରତି ମାସ ୨୦୦୦ ଟଙ୍କା ଦେବାକୁ ସେ ବାଧ୍ୟ କରିଥିଲା। ଟଙ୍କା ନଦେଲେ ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋକୁ ଭାଇରାଲ୍ କରିଦେବ ବୋଲି ଧମକ ଦେଉଥିଲା। ନିଜର ଇଜ୍ଜତ ବଞ୍ଚାଇବାକୁ ଯାଇ ଝିଅଟି ନିଜ କଷ୍ଟ ଉପାର୍ଜିତ ଅର୍ଥରୁ ମାସକୁ ୨୦୦୦ ଟଙ୍କା ଦେଉଥିଲା। ସେହି ଟଙ୍କାରେ ଗାଁରେ ରହୁଥିବା ପ୍ରେମିକ ପ୍ରବର ଅୟସ୍ କରୁଥିଲା।
କିଛିଦିନ ତଳେ ପ୍ରେମିକା ଜଣକ ଟଙ୍କା ଦେବାକୁ ମନା କରିଦେଲା। ତେଣୁ ରାଗରେ ପ୍ରେମିକାର କିଛି ଫେସ୍ବୁକ୍ରେ ଫେସ୍ବୁକ୍ରେ ଭାଇରାଲ କରିଦେଲା
ଏହିପରି ହ୍ୱାଟ୍ସଆପ୍ରୁ ଆରମ୍ଭ ହୋଇଥିବା ପ୍ରେମ ଫେସ୍ବୁକ୍ରେ ଶେଷ ହୋଇଛି। ପ୍ରେମିକ ଏବେ ଫେରାର ହୋଇ ଯାଇଛି। ଆଳି ଥାନା ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

Share

Leave a Reply

Your email address will not be published. Required fields are marked *

nineteen + 13 =