ନଭେମ୍ୱରରେ ଉପଲବ୍ଧ ହେବ କରୋନା ଭ୍ୟାକସିନ

ଭୁବନେଶ୍ୱର()   କରୋନା ଭ୍ୟାକ୍ସିନ୍ ପ୍ରସ୍ତୁତିର ଅଗ୍ରଗତି ସମ୍ପର୍କରେ ପଚାରି ବୁଝିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏ ନେଇ ସେରମ୍ ଇନ୍‌ଷ୍ଟିଚ୍ୟୁଟର ସିଇଓ ଅଦର ପୁନାଓ୍ୱାଲାଙ୍କ ସହ କଥା ହୋଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭିଡିଓ କଲ୍ ଯୋଗେ ଭ୍ୟାକ୍ସିନ୍ ପ୍ରସ୍ତୁତିର ଅଗ୍ରଗତି ସମ୍ପର୍କରେ ପଚାରି ବୁଝିଛନ୍ତି ମୁଖ୍ୟମନ୍ତ୍ରୀ । ସୂଚନାଯୋଗ୍ୟ ଯେ, ଭ୍ୟାକ୍ସିନ୍‌ ଉତ୍ପାଦନ ନେଇ ଅକ୍ପଫୋର୍ଡ ୟୁନିଭରସିଟି ସହ ଅନୁବନ୍ଧିତ ହୋଇଛି ସେରମ୍ ଇନ୍‌ଷ୍ଟିଚ୍ୟୁଟ୍‌ ।

ଯାହାକୁ ନେଇ ଖୁସି ବ୍ୟକ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥିସହିତ ଆବଶ୍ୟକୀୟ କ୍ଳିୟରାନ୍ସ ପରେ ଓଡ଼ିଶାକୁ ଅଗ୍ରାଧିକାର ଭିତ୍ତିରେ କୋଭିଡ ଭ୍ୟାକ୍ସିନ୍ ଯୋଗାଇ ଦେବା ପାଇଁ ସହଯୋଗ ଲୋଡିଛନ୍ତି । ଏଥିସହିତ ଶ୍ରୀ ପୁନାଓ୍ୱାଲାଙ୍କ ପରୋପକାର କାର୍ଯ୍ୟକୁ ମଧ୍ୟ ପ୍ରଶଂସା କରିଛନ୍ତି ମୁଖ୍ୟମନ୍ତ୍ରୀ ।

ଅପରପକ୍ଷରେ କରୋନା ମୁକାବିଲା ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଗ୍ରହଣ କରାଯାଇଥିବା ପଦକ୍ଷେପକୁ ମଧ୍ୟ ପ୍ରଶଂସା କରିଛନ୍ତି ଶ୍ରୀ ପୁନାଓ୍ୱାଲା । ସେ ଆହୁରି କହିଛନ୍ତି ଯେ, ପ୍ରଥମ ପର୍ଯ୍ୟାୟ ଟ୍ରାଏଲରେ ଅକ୍ସଫୋର୍ଡ ୟୁନିଭରସିଟି ଭ୍ୟାକ୍ସିନର ରେଜଲ୍ଟ ଆଶାନୁରୂପ ରହିଛି । ତେବ ଭାରତରେ ଏହାର ଦ୍ୱିତୀୟ ପର୍ଯ୍ୟାୟ ଟ୍ରାଏଲ ଅଗଷ୍ଟ ମଧ୍ୟଭାଗରେ ଆରମ୍ଭ ହେବ । ଏବଂ ଚଳିତ ବର୍ଷ ଅକ୍ଟୋବର କିମ୍ୱା ନଭେମ୍ୱର ବେଳ ଏହା ଉପଲବ୍ଧ ହେବ ।

ଏହି ଆଲୋଚନା ବେଳେ ମୁଖ୍ୟ ଶାସନ ସଚିବ, ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତା ଏବଂ 5-t ସଚିବ ଭି.କେ ପାଣ୍ଡିଆନ୍ ଉପସ୍ଥିତ ଥିଲେ ।

Share

Leave a Reply

Your email address will not be published. Required fields are marked *

two + fifteen =