ଟ୍ରଫି ପାଇଁ ଲଢିବେ ଚେନ୍ନାଇ-ମୁମ୍ବାଇ

ପୁଣି ଥରେ ଟାଇଟଲ୍ ପାଇଁ ଲଢ଼ିବେ ମୁମ୍ବାଇ ଇଣ୍ଡିଆନ୍ସ ଓ ଚେନ୍ନାଇ ସୁପରକିଙ୍ଗସ୍ । ଚତୁର୍ଥ ଥର ଆଇପିଏଲ୍ ଚାମ୍ପିଅନ୍ ହେବାକୁ ଉଭୟ ଦଳ ଲଢ଼େଇ କରିବେ । ପୂର୍ବରୁ ମୁମ୍ବାଇ ଓ ଚେନ୍ନାଇ ୩ ଥର ଲେଖାଏଁ ଚାମ୍ପିଅନ୍ ହୋଇଛନ୍ତି । ଦ୍ୱିତୀୟ କ୍ୱାଲିଫାୟାରରେ ଦିଲ୍ଲୀ କ୍ୟାପିଟାଲ୍ସକୁ ହରାଇ ଫାଇନାଲ ଟିକେଟ ହାତେଇଥିଲା ଚେନ୍ନାଇ । ଅଷ୍ଟମ ଥର ଆଇପିଏଲ୍ ଫାଇନାଲ୍ରେ ପ୍ରବେଶ କରିଛି ଚେନ୍ନାଇ ସୁପରକିଙ୍ଗସ । ସେହିପରି ପଞ୍ଚମ ଥମ ପାଇଁ ଫାଇନାଲରେ ପ୍ରବେଶ କରଛି ମୁମ୍ବାଇ ଇଣ୍ଡିଆନସ୍ । ଦୁଇ ଦଳ ପାଖରେ ଟାଇଟଲ ହାତେଇବାର ମୌକା ରହିଛି । ଗତ ୧୧ ସିଜନରେ ଦୁଇଟିମ ୩ଥର ଲେଖାଏଁ ଚାମ୍ପିଅନ ହୋଇଛନ୍ତି । ଦୁଇ ଦଳ ମଧ୍ୟ ତିନିଥର ପରସ୍ପରକୁ ଫାଇନାଲରେ ଭେଟିଛନ୍ତି । ମୁମ୍ବାଇ ଚାମ୍ପିଅନ ହୋଇଥିବା ତିନିଥର ମଧ୍ୟରୁ ୨ଥର ଫାଇନାଲରେ ଚେନ୍ନାଇକୁ ପରାସ୍ତ କରିଛି ।

Share

Leave a Reply

Your email address will not be published. Required fields are marked *

3 × three =