ଆଜି ନ୍ୟୁଜିଲାଣ୍ଡ- ଭାରତ ପ୍ରଥମ ଟି-୨୦

ନୂଆଦିଲ୍ଲୀ: ଆଜି ନ୍ୟୁଜିଲାଣ୍ଡକୁ ଭେଟିବ ଭାରତ । ପ୍ରଥମ ଟି-୨୦ରେ ବିଜୟୀ ହେବା ସହ ଟି-୨୦ ବିଶ୍ୱକପର ବଦଲା ନେବା ଲକ୍ଷ୍ୟରେ ରହିବ ଟିମ୍ ଇଣ୍ଡିଆ । ବିରାଟଙ୍କ ପରେ ଟିମ ଇଣ୍ଡିଆ ଅଧିନାୟକ ପଦ ଗ୍ରହଣ କରିଥିବା ରୋହିତ ଶର୍ମା ଏବଂ ନୂଆ କରି ଭାରତୀୟ ଦଳର କୋଚ ପଦ ସମ୍ଭାଳିଥିବା ଦ୍ରାବିଡଙ୍କ ଲାଗି ଆଜି ଅଗ୍ନିପରୀକ୍ଷା ସଦୃଶ । ପ୍ରଥମ ମ୍ୟାଚରୁ ବିଜୟ ଅଭିଯାନ ଆରମ୍ଭ କରିବା ଲାଗି ଚେଷ୍ଟା କରିବେ ଉଭୟ ଅଧିନାୟକ ଏବଂ କୋଚ ।

ଏହି ଶୃଙ୍ଖଳାର ପ୍ରଥମ ମ୍ୟାଚ୍ ସହ ରୋହିତ-ରାହୁଲ ଯୁଗର ଶୁଭାରମ୍ଭ ହୋଇଯିବ। ଶାସ୍ତ୍ରୀ-କୋହଲି ଭାରତୀୟ ଦଳକୁ ଅନେକ ସ୍ମରଣୀୟ ସଫଳତା ଉପହାର ଦେଇଥିଲେ । ରୋହିତ-ରାହୁଲଙ୍କଠାରୁ ଦଳ ସେହି ସଫଳତା ଆଶାରେ ରହିବ । ବରଂ ଏହି ପ୍ରେରଣାଦାୟକ ଯୋଡ଼ି ଭାରତୀୟ କ୍ରିକେଟ୍କୁ ଆହୁରି ଆଗକୁ ନେବେ ବୋଲି ପ୍ରଶଂସକ ଦୃଢ଼ ଆଶା ପୋଷଣ କରିଛନ୍ତି। ବଡ଼ କଥା ହେଲା ନ୍ୟୁଜିଲାଣ୍ଡ ହିଁ ଭାରତକୁ ଟ୍ବେଣ୍ଟି-୨୦ ବିଶ୍ବକପ୍ରୁ ବିଦାୟର ପଥ ଦେଖାଇଥିଲା । ସେହିଭଳି ୨୦୧୯ ଏକଦିବସୀୟ ବିଶ୍ବକପ୍ର ସେମିଫାଇନାଲ୍ରେ ମଧ୍ୟ କୋହଲି ବାହିନୀ ପାଇଁ କାଳ ପାଲଟିଥିଲା । ଏବେ ଏହି ପରାଜୟର ପ୍ରତିଶୋଧ ପାଇଁ କେବଳ ପ୍ରଶଂସକ ନୁହେଁ ଭାରତୀୟ ଖେଳାଳି ମଧ୍ୟ ନିଶ୍ଚିତ ଭାବେ ବ୍ୟଗ୍ର ଥିବେ । ଆସନ୍ତାବର୍ଷ ଟ୍ବେଣ୍ଟି-୨୦ର ଆଉ ଏକ ବିଶ୍ବକପ୍ ଖେଳାଯିବାକୁ ଥିବାରୁ ଦଳର ଆଦର୍ଶ, ଦର୍ଶନ, ଲକ୍ଷ୍ୟ ଏବଂ ରଣନୀତି ପ୍ରସ୍ତୁତି ପାଇଁ ଅବଶ୍ୟ ରୋହିତ ଓ ରାହୁଲଙ୍କୁ ୧୧ ମାସର ସମୟ ମିଳିବ । ଶୃଙ୍ଖଳା ପୂର୍ବରୁ ନ୍ୟୁଜିଲାଣ୍ଡର କାମଚଳା ଅଧିନାୟକ ଟିମ୍ ସାଉଦି ଜୈବ ବଳୟ ଜୀବନକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ।

Share

Leave a Reply

Your email address will not be published. Required fields are marked *

2 × two =