ଆଜି ଭାରତ-ଦକ୍ଷିଣ ଆଫ୍ରିକା ପ୍ରଥମ ଟି-୨୦

ଧର୍ମଶାଳା : ଆଜି ଠାରୁ ଘରୋଇ ସିରିଜ୍‌ରେ ଦକ୍ଷିଣ ଆଫ୍ରିକା ସହ ମୁକାବିଲା କରିବ ଭାରତୀୟ ଦଳ । ଏଠାରେ ଉଭୟ ଦଳ ଚଳିତ ସିରିଜ୍‌ର ପ୍ରଥମ ଟି-ଟେ୍ଵଣ୍ଟି ମ୍ୟାଚ୍‌ ଖେଳିବେ । ମ୍ୟାଚ୍‌ ପୂର୍ବରୁ ଉଭୟ ଦଳ ଏଠାରେ ଦୀର୍ଘ ସମୟ ଧରି ନେଟ୍‌ ଅଭ୍ୟାସ କରିଥିଲେ । ପରେ ସାମ୍ବାଦିକ ସମ୍ମିଳନୀରେ ଟିମ୍‌ ଇଣ୍ଡିଆ ଅଧିନାୟକ ବିରାଟ କୋହଲି କହିଛନ୍ତି ଯେ ଦକ୍ଷିଣ ଆଫ୍ରିକା ଏକ ଶକ୍ତିଶାଳୀ ଟିମ୍‌ । ତେଣୁ ଆମକୁ ତା ବିପକ୍ଷରେ ଖୁବ୍‌ ଭଲ ଖେଳ ପ୍ରଦର୍ଶନ କରିବାକୁ ହେବ । ଯଦିଓ ଘରୋଇ ପଡ଼ିଆରେ ଆମେ ଖେଳିବୁ ତଥାପି ଆମକୁ ସବୁ ବିଭାଗରେ ଉତ୍ତମ ଖେଳ ପ୍ରଦର୍ଶନ କରିବାକୁ ହେବ । ବିଦେଶରେ ଆମେ ଯେଭଳି ଫୋକସ୍‌ ରଖିଥିଲୁ ଏଠାରେ ସେହିଭଳି ଖେଳିବୁ । ପ୍ରତ୍ୟେକ ଫର୍ମାଟ୍‌ରେ ଓ ପ୍ରତି ମ୍ୟାଚ୍‌ରେ ଜିତିବା ଆମର ଲକ୍ଷ୍ୟ ଓ ରଣନୀତି ରହିବ ବୋଲି କୋହଲି କହିଛନ୍ତି ।

େଓ୍ଵଷ୍ଟଇଣ୍ଡିଜ୍‌ରେ ପୂରା ସିରିଜ୍‌ ପୋଛି ନେଇଥିବା ବିରାଟଙ୍କ ଦଳ ଏହି ସିରିଜ୍‌କୁ ନେଇ ବେଶ୍‌ ଉତ୍ସାହିତ ଅଛି । ତେବେ ଭାରତୀୟ ଦଳ ଏପର୍ଯ୍ୟନ୍ତ ନିଜ ମାଟିରେ ଦକ୍ଷିଣ ଆଫ୍ରିକା ଠାରୁ ଗୋଟିଏ ହେଲେ ଟି-୨୦ ମ୍ୟାଚ୍‌ ଜିତି ପାରିନାହିଁ । ଅବଶ୍ୟ ଏହି ଧର୍ମଶାଳାରେ ଭାଗ୍ୟ ବଦଳାଇବା ଲାଗି ଲକ୍ଷ୍ୟ ରଖିଛି ବିରାଟ ବାହିନୀ । ରୋହିତ ଶର୍ମା ଓ ଶିଖର ଧବନ ଓପ୍‌ନିଂ କରିବେ ।

Share

Leave a Reply

Your email address will not be published. Required fields are marked *

3 + one =