ମେଲବୋର୍ଣ୍ଣ ଟେଷ୍ଟରେ ଦୃଢ ସ୍ଥିତିରେ ଭାରତ

ମେଲବୋର୍ଣ୍ଣ ଟେଷ୍ଟରେ ଦୃଢ ସ୍ଥିତିରେ ଭାରତ । ପ୍ରଥମ ଇନିଂସରେ ୪୪୩ ରନ ସହ ପାଳି ଘୋଷଣା କରିଛି ଟିମ୍ ଇଣ୍ଡିଆ । ଭାରତ ପକ୍ଷରୁ ଚେତେଶ୍ବର ପୂଜାରା ସର୍ବାଧିକ ୧୦୬ ରନର ଇନିଂସ ଖେଳିଥିବା ବେଳେ କ୍ୟାପଟେନ ବିରାଟ କୋହଲିଙ୍କ ବ୍ୟାଟରୁ ଟିମକୁ ମିଳିଛି ୮୨ ରନ। ଗତକାଲି ଦୁଇଟି ୱିକେଟ୍ ହରାଇ ୨୧୫ ରନ୍ କରିଥିବା ଭାରତୀୟ ଦଳ ଆଜି ୫ଟି ୱିକେଟ୍ ହରାଇ ଆଉ ୨୨୮ ରନ୍ ଯୋଡ଼ି ଇନିଂସ୍ ଘୋଷଣା କରିଛି। ଏବେ ଅଷ୍ଟ୍ରେଲିଆ ପ୍ରଥମ ଇନିଂସ୍ ଖେଳୁଛି।
ଗତକାଲିର ଅସମାପ୍ତ ଇନିଂସକୁ ଗୁରୁବାର ଚେତେଶ୍ୱର ପୂଜାରା ଓ ଅଧିନାୟକ ବିରାଟ କୋହଲି ଆଗକୁ ବଢ଼ାଇ ଥିଲେ। ୬୯ ରନ୍ କରି ଅପରାଜିତ ଥିବା ଚେତେଶ୍ୱର ପୂଜାରା ଆଜି ଶତକ ପୂରଣ କରିଥିଲେ। କ୍ୟାପଟେନ କୋହଲି ଆଜି ଅର୍ଦ୍ଧଶତକ କରିବାରେ ସଫଳ ହୋଇଥିଲା ବେଳେ ଅଳ୍ପକେ ଶତକୁ ବଞ୍ଚିତ ହୋଇଥିଲେ। ସେ ୨୦୪ ବଲ୍ରେ ୮୨ ରନ୍ କରି ମିଚେଲ୍ ଷ୍ଟାର୍କଙ୍କ ବଲ୍ରେ ଆରୋନ୍ ଫିଞ୍ଚଙ୍କ ଦ୍ବାରା କ୍ୟାଚ୍ ଆଉଟ୍ ହୋଇଥିଲେ। ଏହାପରେ ଉପ-ଅଧିନାୟକ ଆଜିଙ୍କ୍ୟ ରାହାଣେ ୭୬ ବଲ୍ରେ ୩୪ ରନ୍ କରି ଆଉଟ୍ ହୋଇଥିବା ବେଳେ ରୋହିତ ଶର୍ମା ୬୩ ରନ୍ କରି ଅପରାଜିତ ରହିଥିଲେ।

Share

Leave a Reply

Your email address will not be published. Required fields are marked *

9 + 6 =