ଧୋନୀଙ୍କ ପାଖରେ କେତୋଟି ଜବରଦସ୍ତ ବାଇକ ଅଛି, ଜାଣନ୍ତୁ …

ଧୋନୀ ନିଜ ଖେଳ ପାଇଁ ସାରା ବିଶ୍ବରେ ପରିଚିତ। ଭାରତୀୟ କ୍ରିକେଟ୍ ଟିମ୍ରେ ଧୋନୀଙ୍କର ଗୁରୁତ୍ବପୂର୍ଣ୍ଣ ଯୋଗଦାନ ଅଛି। ୩୮ ବର୍ଷ ବୟସ୍କ ଧୋନୀ ମଇଦାନରେ ଶାନ୍ତ ରୁହନ୍ତି ସତ କିନ୍ତୁ ଗୋଟେ ସେକେଣ୍ଡରେ ସେ ଏମିତି ସ୍ପିଡରେ ଷ୍ଟମ୍ପ ଉଡାନ୍ତି ଯାହା ଲୋକେ କେବେ କଳ୍ପନା କରିନଥାନ୍ତି। ମହେନ୍ଦ୍ର ସିଂହ ଭାରତୀୟ କ୍ରିକେଟ ଟିମ୍ର ସବୁଠୁ ଦାମୀ କ୍ରିକେଟର।

ତେବେ ଲୋକପ୍ରିୟ କ୍ରିକେଟ୍ ତାରକା ଧୋନୀଙ୍କ ପାଖରେ ୪୪ଟି ବାଇକ୍ ଅଛି ଯାହା ଜାଣି ଦର୍ଶକ ଆଚମ୍ବିତ ହେବେ। ଧୋନୀଙ୍କୁ ବାଇକ୍ ବହୁତ ପସନ୍ଦ। ତାଙ୍କ ଗ୍ୟାରେଜରେ ୪୪ଟି ଗାଡି ଅଛି। ଧୋନୀଙ୍କ ପ୍କଥମ ବାଇକ୍ ରାଜଦୁତ (Rajdoot) ଥିଲା।୪,୫୦୦ ଟଙ୍କାରେ ଧୋନୀ ଏହି ବାଇକ୍ କିଣିଥିଲେ। ଟୁଇଟରରେ ଧୋନୀ ତାଙ୍କ ବାଇକ୍ର ଫଟୋ ମଧ୍ୟ ସେୟାର କରିଛନ୍ତି। ମହେନ୍ଦ୍ର ସିଂହ ଧୋନୀଙ୍କ ବାଇକ୍ କଲେକ୍ସନରେ ହାର୍ଲେ ଡେୱିଡସନ୍ ଫ୍ୟାଟବୋଏ ମଧ୍ୟ ଅଛି। ଏହି ବାଇକ୍ରେ ୧୬୯୦ ସିସିର ଇଂଜନ ଅଛି ଯାହା ୬୫ ବିଏଚ୍ପିର ଏନେର୍ଜି ଜେନେରେଟ କରିଥାଏ। ଧୋନୀଙ୍କ ବାଇକ୍ କଲେକସନ୍ ମଧ୍ୟରୁ ୨ଟି କ୍ଲାସିକ ବାଇକ ସାମିଲ ଅଛି।ସେଥିମଧ୍ୟରୁ ଗୋଟେ ହେଉଛି ବିଏସଏ ଗୋଲ୍ଡଷ୍ଟାର ଯାହା ଏକ ବ୍ରିଟିସ୍ ବାଇକ୍।

Share

Leave a Reply

Your email address will not be published. Required fields are marked *

fifteen − two =