ମିଛ କହି ବିଜେପିରେ କଂଗ୍ରେସ କର୍ମୀଙ୍କ ମିଶ୍ରଣ

ଭୁବନେଶ୍ୱର () ରାଜ୍ୟ ବିଜେପିର ଆଜିର ଏକ ମିଶ୍ରଣ ପର୍ବରେ ଅପ୍ରୀତିକର ପରିସ୍ଥିତି ଉପୁଜିଛି । ବୋଲଗଡ଼ ଅଂଚଳରୁ କିଛି ମହିଳାଙ୍କୁ ଗ୍ରୀନକାର୍ଡ ସମସ୍ୟାର ସମାଧାନ କରାଯିବ କହି ଭବନେଶ୍ୱର ଆଣି ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଦଳରେ ମିଶିବାକୁ କୁହାଗଲା ।

ଆଜି ରାଜ୍ୟ କଂଗ୍ରେସର ପୂର୍ବତନ ଉପସଭାନେତ୍ରୀ ଜୟନ୍ତୀ ପଟନାୟକ ବୋଲଗଡ଼ ଅଂଚଳରୁ କିଛି ମହିଳା କଂଗ୍ରେସ କର୍ମୀଙ୍କୁ ଆଣିଆସିଥିଲେ । ସେମାନଙ୍କୁ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଦଳରେ ମିଶିବାକୁ କୁହାଗଲା । ସେମାନଙ୍କୁ କିନ୍ତୁ ଗ୍ରୀନକାର୍ଡ ସମସ୍ୟାର ସମାଧାନ କରାଯିବ ବୋଲି କହି ବୋଲଗଡରୁ ଅଣାଯାଇଥିଲା । ଏହି ମିଶ୍ରଣ ପର୍ବ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ବିଜେପି ନେତ୍ରୀ ଅପରାଜିତା ଷଢଙ୍ଗୀଙ୍କ ଉପସ୍ଥିତିରେ ଅନୁଷ୍ଠିତ ହୋଇଥିଲା ।

ମିଛ କଥା କହି ବିଜେପିରେ ମିଶା ଯାଉଥିବାରୁ କିଛି ମହିଳା ପ୍ରତିବାଦ କରିଥିଲେ । ଫଳରେ ମିଶ୍ରଣ ପର୍ବରେ ହୋହଲ୍ଲା ଓ ହଟ୍ଟଗୋଳ ହୋଇଥିଲା । କିନ୍ତୁ ପରେ ଜୟନ୍ତୀ ପଟନାୟକ ଏଭଳି ଅଭିଯୋଗକୁ ଅସ୍ବୀକାର କରିଥିଲେ ।

Share

Leave a Reply

Your email address will not be published. Required fields are marked *

9 − five =