କର୍ଣ୍ଣାଟକ ଓ ଓଡିଶା ଗୁଇନ୍ଦା ଚିଠିର ଶୈଳି ଏକା, ଚିଠି ନମ୍ବର ବି ଏକା …

ଭୁବନେଶ୍ବର () ରାଜ୍ୟ ପୋଲିସ ଗୋଇନ୍ଦା ବିଭାଗର ଜାଲ ଚିଠିକୁ ନେଇ ବିଜେପି ସୋସିଆଲ ମିଡିଆରେ ବିଭିନ୍ନ ପ୍ରକାର ଅପପ୍ରଚାର କରୁଛି । ଗତ କର୍ଣ୍ଣାଟକ ନିର୍ବାଚନ ସମୟରେ ଏମିତି ଏକ ରିପୋର୍ଟ ସୋସିଆଲ ମଡିଆରେ ବୁଲିଥିଲା । ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ବିଜେଡି ଏଭଳି ଅଭିଯୋଗ କରିବା ସହ ଦୁଇଟି ଯାକ ରିପୋର୍ଟ ଗୋଟିଏ କାରଖାନାରେ ଛପା ହୋଇଥିବା ଅଭିଯୋଗ କରିଛି ।

ଗତକାଲି ବିଜେପି ପକ୍ଷରୁ ପ୍ରଦର୍ଶିତ ହୋଇଥିବା ରାଜ୍ୟ ଗୁଇନ୍ଦା ରିପୋର୍ଟ ଏବଂ କର୍ଣ୍ଣାଟକ ନିର୍ବାଚନ ସମୟରେ ପ୍ରଦର୍ଶିତ ହୋଇଥିବା କର୍ଣ୍ଣାଟକ ସରକାରଙ୍କ ଗୁଇନ୍ଦା ରିପୋର୍ଟ, ଦୁଇଟି ଯାକ ରିପୋର୍ଟର ଢାଞ୍ଚା ସଂପୁର୍ଣ୍ଣ ଭାବେ ଏକ । ଏପରିକି ଦୁଇଟି ଯାକ ରିପୋର୍ଟର ରିପୋର୍ଟ ନମ୍ବର ମଧ୍ୟ ଗୋଟିଏ  । ଭିନ୍ନ କେବଳ ବର୍ଷ  । ଅର୍ଥାତ କର୍ଣ୍ଣାଟକ ଗୋଇନ୍ଦା ରିପୋର୍ଟର ଚିଠି ନମ୍ବର ଥିଲା 364/2018 ଏବଂ ଓଡିଶା ପୋଲିସ ଗୁଇନ୍ଦା ରିପୋର୍ଟର ଚିଠି ମଧ୍ୟ 364/2019 । କେବଳ ଚିଠିର ନମ୍ବର ସମାନ ନୁହେଁ, ଲେଖାର ଶୈଳି ବି ସମାନ । ବଦଳିଛି କେବଳ କିଛି ନିର୍ବାଚନମଣ୍ଡଳି ଓ ଜିଲ୍ଲାର ନାମ । ଏହାହିଁ ଦର୍ଶାଉଛି କିଭଳି ଭାବେ ବିଜେପି ଭୟଭିତ ହୋଇ ରାଜ୍ୟକୁ ବଦନାମ କରିବାକୁ ଚେଷ୍ଟା କରୁଛି । ବିଜେଡି ସାଂସଦ ପ୍ରତାପ ଦେବ ଏହି ଅଭିଯୋଗ କରିଛନ୍ତି ।

ଏ ସଂପର୍କରେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଅଭିଯୋଗ କରାଯିବ ବୋଲି କହିବା ସହ ବିଜେପି ଯଦି ସାହସ ଅଛି ତେବେ ସତ୍ୟ ଆଧାରରେ ପ୍ରତିଦ୍ବନ୍ଦ୍ବିତା କରିବାକୁ ଆହ୍ବାନ ଦେଇଛନ୍ତି ପ୍ରତାପ । ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ଜରିଆରେ ମୁଖ୍ୟ ନିର୍ବାଚନ କମିଶନଙ୍କ ନିକଟରେ ବିଜେଡି ଏନେଇ ଅଭିଯୋଗ କରିବା ସହ ବିଜେପି ସୋସିଆଲ ମିଡିଆର ଅପବ୍ୟବହାରକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଛି । ଅନ୍ୟଥା ଆଇନର ଉଲଂଘନ କରୁଥିବା ବ୍ୟକ୍ତିମାନେ ନିର୍ବାଚନ ପ୍ରକ୍ରିୟାକୁ ଉପହାସରେ ପରିଣତ କରିଦେବେ ବୋଲି ସେ ଅଭିଯୋଗ କରିଛନ୍ତି ।

Share

Leave a Reply

Your email address will not be published. Required fields are marked *

4 × 1 =