୪୦ ବିଧାନସଭା କ୍ଷେତ୍ର ମାଓପ୍ରବଣ

ଭୁବନେଶ୍ୱର (): ମଙ୍ଗଳବାର ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏହି ବିଜ୍ଞପ୍ତି ଜାରି କରାଯାଇଛି । ଉକ୍ତ ବିଜ୍ଞପ୍ତି ଅନୁଯାୟୀ ଆଜିଠାରୁ ପ୍ରାର୍ଥିପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହେବ । ଏହି ପର୍ଯ୍ୟାୟରେ ପ୍ରାର୍ଥିପତ୍ର ଦାଖଲ କରିବାର ଶେଷ ତାରିଖ  ମାର୍ଚ୍ଚ ୨୬ ରହିଛି । ସେହିପରି ମାର୍ଚ୍ଚ ୨୭ ତାରିଖରେ ପ୍ରାର୍ଥିପତ୍ର ଯାଂଚ ଏବଂ ମାର୍ଚ୍ଚ ୨୯ ସୁଦ୍ଧା ପ୍ରାର୍ଥିପତ୍ର ପ୍ରତ୍ୟାହାର କରି ହେବ ।

୪ଟି ଯାକ ପର୍ଯ୍ୟାୟରେ ହେବାକୁ ଥିବା ନିର୍ବାଚନରେ ରାଜ୍ୟର ୪୦ଟି ବିଧାନସଭା କ୍ଷେତ୍ରକୁ ମାଓ ପ୍ରବଣ ଅଞ୍ଚଳ ଭାବେ ଚିହ୍ନଟ କରାଯାଇଛି । ଏହି ସବୁ ଆସନରେ ସକାଳ ୭ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଭୋଟଗ୍ରହଣ କରାଯିବ । ପ୍ରଥମ ପର୍ଯ୍ୟାୟରେ ୧୯ଟି ଓ ୨ୟ ପର୍ଯ୍ୟାୟରେ ୧୩ଟି ବିଧାନସଭା କ୍ଷେତ୍ରକୁ ମାଓପ୍ରବଣ  ଭାବେ ଚିହ୍ନଟ କରାଯାଇ ଭୋଟଗ୍ରହଣ ସମୟକୁ ହ୍ରାସ କରାଯାଇଛି ।

ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବା ସହ ଏହି ପର୍ଯ୍ୟାୟରେ କଳାହାଣ୍ଡି, ନବରଙ୍ଗପୁର ଓ ବ୍ରହ୍ମପୁର ଲୋକସଭା ଅ ।ସନରେ ଅ ।ସୁଥିବା ମୋଟ ୧୯ଟି ବିଧାନସଭା ଅ ।ସନରେ ସକାଳ ୭ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ କରାଯିବ । ବାକି ନିର୍ବାଚନ ମଣ୍ଡଳୀରେ ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଚାଲିବ ।

ଗତକାଲି ଭାରତ ନିର୍ବାଚନ କମିସନଙ୍କ ବିଜ୍ଞପ୍ତି ଅନୁଯାୟୀ, କଳାହାଣ୍ଡି ଲୋକସଭା ଆସନ ଅନ୍ତର୍ଗତ ମାଓ ଅଧ୍ୟୁଷିତ ନୂଆପଡ଼ା, ଖରିଆର, ଭବାନୀପାଟଣା, ନର୍ଲା, ଜୁନାଗଡ଼ ଓ ଧର୍ମଗଡ଼ ବିଧାନସଭା ର୍ନିବାଚନମଣ୍ଡଳୀରେ ସକାଳ ୭ ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ କରାଯିବ । ସେହିପରି ନବରଙ୍ଗପୁର ଲୋକସଭା ନିର୍ବାଚନମଣ୍ଡଳୀର ଉମରକୋଟ, ଝରିଗାଁ, ଡାବୁଗାଁ, କୋଟପାଡ଼, ମାଲକାନଗିରି ଓ ଚିତ୍ରକୋଣ୍ଡା ବିଧାନସଭା ପାଇଁ ଭୋଟ ଗ୍ରହଣ ସକାଳ ୭ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ମତଦାନ ହେବ । ବ୍ରହ୍ମପୁର ଲୋକସଭା ଆସନରେ ଆସୁଥିବା ମୋହନା ବିଧାନସଭା ଆସନ ପାଇଁ ସକାଳ ୭ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ କରାଯିବ । ସେହିପରି କୋରାପୁଟ ଲୋକସଭା ନିର୍ବାଚନମଣ୍ଡଳୀ ଅଧୀନରେ ଆସୁଥିବା ଗୁଣୁପୁର, ବିଷମ କଟକ, ରାୟଗଡ଼ା, ଲକ୍ଷ୍ମୀପୁର, କୋରାପୁଟ ଓ ପଟାଙ୍ଗୀ ବିଧାନସଭା ଆସନ ପାଇଁ ସକାଳ ୭ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ ହେବ ।

ସେହିଭଳି ଦ୍ୱିତୀୟ ପର୍ଯ୍ୟାୟରେ ବରଗଡ ଲୋକସଭା ଆସନ ଅନ୍ତର୍ଗତ ପଦ୍ମପୁର, ଭଟଲି, ସୁନ୍ଦରଗଡ ଲୋକସଭା ଅନ୍ତର୍ଗତ ରଘୁନାଥପଲ୍ଲୀ, ବଣେଇ, ବଲାଙ୍ଗିର ଲୋକସଭା କ୍ଷେତ୍ର ଅନ୍ତର୍ଗତ ପାଟଣାଗଡ ଓ କଣ୍ଟାବାଞ୍ଝୀ ଏବଂ କନ୍ଧମାଳର ସମସ୍ତ ୭ଟି ବିଧାନସଭା ଆସନକୁ ମାଓପ୍ରବଣ ଭାବେ ଚିହ୍ନଟ କରାଯାଇଛି । ଏହିସବୁ ଆସନରେ ସକାଳ ୭ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ କରାଯିବ ।

Share

Leave a Reply

Your email address will not be published. Required fields are marked *

nineteen − 18 =