ସୋମବାର ବିଜେପୁରରୁ ପ୍ରାର୍ଥୀପତ୍ର ଦାଖଲ କରିବେ ନବୀନ

ଭୁବନେଶ୍ବର (): ଆସନ୍ତାକାଲି ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେପୁର ବିଧାନସଭା ଆସନ ପାଇଁ ନାମାଙ୍କନପତ୍ର ଦାଖଲ କରିବେ । କାଲି ମଧ୍ୟାହ୍ନ ୧୨ଟାରେ ମୁଖ୍ୟମନ୍ତ୍ରୀ ପଦ୍ମପୁର ଗସ୍ତରେ ବାହାରିବେ । ପଦ୍ମପୁରର ସତୀଭାଟ ଏୟାରଷ୍ଟ୍ରିପ୍ରେ ପହଞ୍ଚି ସେଠାରେ ଏକ ସାଧାରଣସଭାକୁ ସମ୍ବୋଧିତ କରିବେ । ଏହାପରେ ବରଗଡ଼ ଜିଲ୍ଲାର ବିଜେଡି ନେତା ଓ କର୍ମୀଙ୍କ ସହ ଆଲୋଚନା କରିବେ । ଏହାପରେ ସେ ପଦ୍ମପୁର ଉପଜିଲ୍ଲାପାଳଙ୍କ ନିକଟରେ ନାମାଙ୍କନପତ୍ର ଦାଖଲ କରିବେ ।

ଉଲ୍ଲେଖଯୋଗ୍ୟ ଯେ, ମୁଖ୍ୟମନ୍ତ୍ରୀ ଏଥର ଦୁଇଟି ବିଧାନସଭା ଆସନରୁ ପ୍ରତିଦ୍ବନ୍ଦ୍ବିତା କରିବେ । ନିଜର ପାରମ୍ପରିକ ହିଞ୍ଜିଳି ଆସନ ସହ ପଶ୍ଚିମ ଓଡିଶାବାସୀଙ୍କ ଅନୁରୋଧ କ୍ରମେ ବିଜେପୁରରୁ ମଧ୍ୟ ନିର୍ବାଚନ ଲଢ଼ିବେ । ଗତ ବିଜେପୁର ଉପନିର୍ବାଚନ ବେଳେ ମୁଖ୍ୟମନ୍ତ୍ରୀ ବିଜେପୁରର ଦାୟିତ୍ବ ନେବେ ବୋଲି ଘୋଷଣା କରିଥିଲେ । ଏହି ଦୃଷ୍ଟିରୁ ବିଜେପୁର ଓ ପଶ୍ଚିମ ଓଡିଶାର ସ୍ବାର୍ଥକୁ ଦୃଷ୍ଟିକୁ ରଖି ପଶ୍ଚିମ ଓଡିଶାକୁ ପ୍ରତିନିଧିତ୍ବ କରୁଥିବା ବିଧାୟକ, ସାଂସଦ, ଚାଷୀ ନେତା, ମହିଳା ନେତ୍ରୀ ଓ ଯୁବ ସମାଜ ମୁଖ୍ୟମନ୍ତ୍ରୀଙ୍କୁ ପଶ୍ଚିମ ଓଡିଶାର ଯେକୌଣସି ଏକ ଆସନରୁ ଲଢ଼ିବାକୁ ଅନୁରୋଧ କରିଥିଲେ ।

Share

Leave a Reply

Your email address will not be published. Required fields are marked *

3 × five =