ବାମ ଦଳ ଓ ଜେଏମଏମ ସହ ଆସନ ବୁଝାମଣା ଚୁଡାନ୍ତ

ଭୁବନେଶ୍ବର () ବାମ ଦଳ ସହିତ କଂଗ୍ରେସ ଆସନ ବୁଝାମଣା ଚୂଡାନ୍ତ ହୋଇସାରିଛି। ସିପିଆଇକୁ ଗୋଟିଏ ଲୋକସଭା ଓ ତିନୋଟି ବିଧାନସଭା, ସିପିଏମକୁ ଗୋଟିଏ ଲୋକସଭା ଓ ତିନୋଟି ବିଧାନସଭା ଏବଂ ଜେଏମଏମକୁ ମଧ୍ୟ ଗୋଟିଏ ଲୋକସଭା ଓ ଚାରୋଟି ବିଧାନସଭା ଆସନ ଛାଡିଛି କଂଗ୍ରେସ

ସିପିଆଇକୁ ଆସକା ଲୋକସଭା ସହିତ ଛତ୍ରପୁର, ବୈଦ୍ଧ ଓ ବ୍ରଜରାଜନଗର ବିଧାନସଭା ଆସନ, ସିପିଏମକୁ ଭୁବନେଶ୍ବର ଲୋକସଭା ଆସନ ସମେତ ବଣାଇ, ରେମୁଣା ଏବଂ ନିଳଗିରି ବିଧାନସଭା ଆସନ ଏବଂ ଜେଏମଏମକୁ ମୟୁରଭଞ୍ଜ ଲୋକସଭା ଆସନ ସହିତ ମୋରଡା, ରାଇରଙ୍ଗପୁର, ବାଙ୍ଗିରିପୋଷି, ସାରସକଣା ବିଧାନସଭା ଆସନ ପାଇଁ ବୁଝାମଣା ହୋଇଛି।

ତେବେ ସିପିଆଇ ଗୋଟିଏ ଲୋକସଭା ସହ 7ଟି ବିଧାନସଭା, ସିପିଏମ ଗୋଟିଏ ଲୋକସଭା ସହ 5ଟି ବିଧାନସଭା ଏବଂ ଜେଏମଏମ ମଧ୍ୟ ଗୋଟିଏ ଲୋକସଭା ସହ 5ଟି ବିଧାନସଭା ଆସନ ଦାବି କରୁଥିଲା ।

Share

Leave a Reply

Your email address will not be published. Required fields are marked *

2 × four =