୬ଟି ରାଜ୍ୟର ୭ଟି ବିଧାନସଭା ଆସନ ପାଇଁ ଉପନିର୍ବାଚନ:୪୭ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା

ଆଜି ୬ ଟି ରାଜ୍ୟର ୭ଟି ବିଧାନସଭା କ୍ଷେତ୍ରରେ ଉପନିର୍ବାଚନ ପାଇଁ ମତଦାନ ଆରମ୍ଭ ହୋଇଛି । ଏହି ମତଦାନ ସକାଳ ୭ ଟାରୁ ଆରମ୍ଭ ହୋଇ ସନ୍ଧ୍ୟା ୬ ଟା ପର୍ଯ୍ୟନ୍ତ ଚାଲିବ । ଯେଉଁଥିରେ ମୋଟ ୪୭ ଜଣ ପ୍ରାର୍ଥୀଙ୍କ ରାଜନୈତିକ ଭାଗ୍ୟ ନିର୍ଦ୍ଧାରଣ କରିବେ ଲକ୍ଷାଧିକ ଭୋଟର । ତେବେ ମହାରାଷ୍ଟ୍ର , ହରିୟାଣା, ବିହାର, ତେଲେଙ୍ଗାନା, ଓଡିଶା ଏବଂ ୟୁପିରେ ଏହି ଉପନିର୍ବାଚନ ଚାଲିଛି । ଯେଉଁଥିରେ ଏହି ସମସ୍ତ ୭ ଟି ବିଧାନସଭା କ୍ଷେତ୍ର ପାଇଁ ଆଞ୍ଚଳିକ ଦଳ ଏବଂ ବିଜେପି ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳୁଛି ।

ସୂଚନା ଅନୁଯାୟୀ ଏହି ୭ ଟି ଆସନ ପାଇଁ ମଇଦାନରେ ମୋଟ୍ ୪୭ ଜଣ ପ୍ରାର୍ଥୀ ଅଛନ୍ତି । ତେବେ ମହାରାଷ୍ଟ୍ର ଏବଂ ବିହାରରେ ପ୍ରଥମ ଥର ଉପନିର୍ବାଚନ ପାଇଁ ଭୋଟ ଗ୍ରହଣ ହେଉଛି । ମହାରାଷ୍ଟ୍ରର ଅନେ୍ଧରୀ ପୂର୍ବ ଆସନ, ବିହାରର ମୋକମା ଏବଂ ଗୋପାଳଗଞ୍ଜ, ହରିୟାଣାର ଆଦମପୁର ଆସନ ଉତ୍ତରପ୍ରଦେଶର ଗୋଲା ଗୋକର୍ଣ୍ଣନାଥ, ତେଲେଙ୍ଗାନାର ମୁନୁଗୋଡା ଏବଂ ଓଡ଼ିଶାର ଧାମନଗର ବିଧାନସଭା ଆସନରେ ଉପନିର୍ବାଚନ ହେଉଛି। ତେବେ ଆସନ୍ତା ନଭେମ୍ବର ୬ ତାରିଖରେ ଏହି ସମସ୍ତ ଆସନର ଫଳାଫଳ ପ୍ରକାଶ ପାଇବ । ଯାହାକୁ ନେଇ ଏବେଠାରୁ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ଏହି ସମସ୍ତ ଆସନରେ କଡା ସୁରକ୍ଷାବଳୟ ଭିତରେ ଭୋଟ ଗ୍ରହଣ ଚାଲିଛି ।

ଅନ୍ୟପକ୍ଷେ ଗୁଜୁରାଟ ବିଧାନସଭା ଆସନ ପାଇଁ ଆଜି ତାରଖ ଘୋଷଣା ହେବ । ମଧ୍ୟାହ୍ନରେ ପ୍ରେସମିଟ କରି ତାରିଖ ଘୋଷଣା କରିବେ ନିର୍ବାଚନ କମିଶନ । ଯାହାକୁ ନେଇ ବିଧିବଦ୍ଧ ଭାବେ ସୂଚନା ଜାରି ହୋଇଛି । ତେବେ ଗୁଜୁରାଟରେ ନିର୍ବାଚନ ତାରିଖ ସହ ଆଜିଠାରୁ ନିର୍ବାଚନ ଆଚରଣ ବିଧି ଲାଗୁ ହୋଇପାରେ ବୋଲି ଆଶା କରାଯାଉଛି । ଆୟୋଗର ସୂତ୍ର ଅନୁସାରେ, ପୂର୍ବ ଥର ଭଳି ଚଳିତବର୍ଷ ମଧ୍ୟ ଗୁଜୁରାଟରେ ୨ଟି ପର୍ଯ୍ୟାୟରେ ନିର୍ବାଚନ ହୋଇପାରେ । ସମ୍ଭବତଃ ଡିସେମ୍ବର ୨ରେ ପ୍ରଥମ ପର୍ୟ୍ୟାୟ ଏବଂ ଡିସେମ୍ବର ୫ କିମ୍ବା ୬ରେ ଦ୍ୱିତୀୟ ପର୍ୟ୍ୟାୟ ପାଇଁ ଭୋଟଗ୍ରହଣ ହୋଇପାରେ ବୋଲି ଆକଳନ କରାଯାଉଛି ।

Share

Leave a Reply

Your email address will not be published. Required fields are marked *

three + 14 =