ସୋସିଆଲ ମିଡିଆରେ ବିଜେପିର ସମ୍ଭାବ୍ୟ ତାଲିକା … ଦେଖନ୍ତୁ କିଏ କେଉଁଠୁ ଲଢ଼ିବେ

ଭୁବନେଶ୍ୱର () ସାଧାରଣ ନିର୍ବାଚନକୁ ଆଉ କିଛି ମାସ ଥିବା ବେଳେ ବିଭିନ୍ନ ଦଳରେ ସୁପ୍ରିମୋ ମାନକୁ ପ୍ରାର୍ଥୀ ଚିନ୍ତା ଘାରିଛି । ଏହି ଚିନ୍ତା ବିଜେଡି ତୁଳନାରେ ବିଜେପି ଓ କଂଗ୍ରେସରେ ଅଧିକ  । ଏବେ ପୁଣି ରାଜ୍ୟ ବିଜେପିରେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀତ୍ବକୁ ନେଇ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରଶାସକରୁ ରାଜନେତା ସାଜିଥିବା ଅପରାଜିତା ଷଢଙ୍ଗୀଙ୍କ ମଧ୍ୟରେ ପରୋକ୍ଷ ପ୍ରତିଯୋଗିତା ଚାଲିଛି ।

ଏଭଳିସ୍ଥିତିରେ ରାଜ୍ୟ ବିଜେପିର ଏକ ସମ୍ଭାବ୍ୟ ପ୍ରାର୍ଥୀଙ୍କ ଫଟୋ ସୋସିଆଲ ମିଡିଆରେ ବୁଲୁଛି । ଏହି ତାଲିକା ଧର୍ମେନ୍ଦ୍ର ପ୍ରଧାନ ଗୋଷ୍ଠୀକୁ ଉତ୍ସାହିତ କରିଛି । କାରଣ ଏହି ତାଲିକା ଅନୁଯାୟୀ ଅପରାଜିତା ଭୁବନେଶ୍ୱର ଲୋକସଭା, ବୈଜୟନ୍ତ ପଣ୍ଡା କେନ୍ଦ୍ରାପଡା ଲୋକସଭା, ପୁରୀ ଲୋକସଭା କ୍ଷେତ୍ରରୁ ଆଇନଜୀବୀ ପିତାମ୍ବର ଆଚାର୍ଯ୍ୟ ଓ କଟକରୁ ସମାଜସେବୀ ପ୍ରଣବ ସାହୁ ବିଜେପି ପ୍ରାର୍ଥୀ ହେବେ ।

ଅପରାଜିତା ବିଜେପିରେ ଯୋଗଦେବା ପରଠାରୁ ସେ ରାଜ୍ୟ ଶାଖାର ମଙ୍ଗ ଧରିବେ ଏବଂ ଦଳର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହେବେ ବୋଲି ଚର୍ଚ୍ଚା ହେଉଛି । ଏବେ ସେ ଲୋକସଭା ଲଢେଇ ପାଇଁ ପ୍ରସ୍ତୁତ ହେଉଥିବା ଜାଣି ଧର୍ମେନ୍ଦ୍ର ଗୋଷ୍ଠୀ କିଛିଟା ଆସ୍ୱସ୍ତି ହୋଇଛନ୍ତି । ସେହିଭଳି ପୁରୀରୁ ପ୍ରାର୍ଥୀ ହେବେ ଆଇନଜୀବୀ ପିତାମ୍ବର ଆଚାର୍ଯ୍ୟ । ଏଥିରୁଲାଗୁଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁରୀ ଲୋକସଭା କ୍ଷେତ୍ରରୁ ଲଢ଼ିବେ ବୋଲି ହେଉଥିବା ଚର୍ଚ୍ଚା କେବଳ ଚର୍ଚ୍ଚାରେ ରହିଯିବ । କଟକରୁ ସେହିପରି ସମୀର ଦେ ଆଉ ଲୋକସଭା ନିର୍ବାଚନ ଲଢ଼ିବେନି । ବରଂ ସେ ଆଠଗଡ଼ରୁ ଲଢ଼ିପାରନ୍ତି । ଏହାଦ୍ୱାରା ବାରବାଟୀ କଟକ ଆସନଟି ନୟନ ମହାନ୍ତିଙ୍କ ପାଇଁ ସୁରକ୍ଷିତ ହୋଇଯିବ । କଟକ ଲୋକସଭାରୁ ଭଗ୍ୟ ପରଖିବେ ଯୁବ ନେତା ତଥା ସମାଜସେବୀ ପ୍ରଣବ ସାହୁ ।

Share

Leave a Reply

Your email address will not be published. Required fields are marked *

four × two =