ଗୃହରେ ହଙ୍ଗାମା

ଭୁବନେଶ୍ୱର()  ଆଜି ଗୃହରେ ଜୋରଦାର ହଙ୍ଗାମା ହୋଇଛି । ଉଭୟ ବିରୋଧୀ ବିଜେପି ଓ କଂଗ୍ରେସ ସରକାରଙ୍କୁ ଘେରିଛନ୍ତି । ଏହା ଉପରେ ଗୃହ ମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀଙ୍କୁ ବିବୃତ୍ତି ଦାବି କରିଛନ୍ତି । ବାଚସ୍ପତି ସୂର୍ୟ୍ୟନାରାୟଣ ପାତ୍ର ମଧ୍ୟ ଗୃହରେ ଉତ୍ତର ରଖିବାକୁ ଗୃହ ମନ୍ତ୍ରୀଙ୍କୁ ରୁଲିଂ ଦେଇଛନ୍ତି ।

ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ବିଗିଡ଼ିବା ଘଟଣାକୁ ନେଇ ଉଭୟ ବିରୋଧୀ ବିଜେପି ଓ କଂଗ୍ରେସ ହଙ୍ଗାମା କରିଥିଲେ । ପୁରୀ ପଟ୍ଟନାୟକିଆରେ ଟ୍ରିପଲ ମର୍ଡର ଘଟଣା ଓ ଆଇନ ଶୃଙ୍ଖଳା ବିପର୍ୟ୍ୟସ୍ତ ନେଇ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ ଉଦବେଗ ପ୍ରକାଶ କରିଛନ୍ତି । ପିପିଲି, ପୁରୀ, ବାଲେଶ୍ୱର ଓ ସୁନ୍ଦରଗଡ଼ର ମଧ୍ୟ ଉଦାହରଣ ଦେଇଥିଲେ । ରାଜ୍ୟରେ ଏବେ ଜଙ୍ଗଲ ରାଜ ଚାଲିଛି ବୋଲି କଂଗ୍ରେସ ବିଧାୟକ ନରସିଂହ ମିଶ୍ର କହିଛନ୍ତି । କଂଗ୍ରେସ ବିଧାୟକମାନେ ପୋଡ଼ିୟମ ପାଖକୁ ଆସି ହଙ୍ଗାମା କରିଥିଲେ । ଏ ସମସ୍ତ ପ୍ରସଙ୍ଗକୁ ନେଇ ବିରୋଧୀ ସଦସ୍ୟଙ୍କ ହଙ୍ଗାମାରେ ଗୃହ ଚଳାଇବା କଷ୍ଟକର ହୋଇପଡ଼ିଥିଲା । ବାଚସ୍ପତି ଏ ପ୍ରସଙ୍ଗରେ ବିବୃତ୍ତି ରଖିବାକୁ ଗୃହ ମନ୍ତ୍ରୀଙ୍କୁ ରୁଲିଂ ଦେଇଥିଲେ । ଏହା ପରେ ଅପରାହ୍ନ ୩ଟା ଯାଏଁ ଗୃହକୁ ମୁଲତବୀ ଘୋଷଣା କରିଛନ୍ତି ।

Share

Leave a Reply

Your email address will not be published. Required fields are marked *

1 × 5 =