ଶେଷ ନିଶ୍ବାସ ପର୍ଯ୍ୟନ୍ତ ଓଡିଶାବାସୀଙ୍କ ସହ ରହିବି : ନବୀନ

ଆସିକା () ଆସନ୍ତା ୧୮ରେ ହେବାକୁ ଥିବା ଦ୍ୱିତୀୟ ପଯ୍ୟାୟ ନିର୍ବାଚନରେ ରାଜ୍ୟର ୫ଟି ଲୋକସଭା ୩୫ଟି ବିଧାନସଭା ଆସନ ପାଇଁ ହେବ ଭୋଟ୍ ଗ୍ରହଣ । ଏହି ପର୍ୟ୍ୟାୟରେ ହେବାକୁ ଥିବା ବରଗଡ, ବଲାଙ୍ଗୀର, ସୁନ୍ଦରଗଡ, ଆସ୍କା, ଓ କନ୍ଧମାଳ ସଂସଦୀୟ କ୍ଷେତ୍ରରେ ହେବ ନିର୍ବାଚନ ।

ଏହି କ୍ରମରେ ଆଜି ଆସ୍କା ନିର୍ବାଚନ ମଣ୍ଡଳୀରେ ମାରାଥନ ନିର୍ବାଚନୀ ପ୍ରଚାର କରୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପଂଚମଥର କ୍ଷମତାକୁ ଆସିବା ପାଇଁ ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ସବୁ ବଳ ଲଗାଇ ଦେଇଛନ୍ତି। ବିରୋଧୀଙ୍କ ସବୁ ରଣନୀତିକୁ କାଉଁଟର କରିବା ପାଇଁ ନିଜେ ମଂଗ ଧରିଛନ୍ତି ମୁଖ୍ୟମନ୍ତ୍ରୀ।

ଦ୍ୱିତୀୟ ପର୍ୟ୍ୟାୟ ନିର୍ବାଚନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ମାରାଥନ ରୋଡସୋ । ଆସ୍କା ଲୋକସଭା ନିର୍ବାଚନ ମଣ୍ଡଳୀର ବିଭିନ୍ନ ସ୍ଥାନରେ ରୋଡସୋ କରିଛନ୍ତି ନବୀନ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ୍ ମାଗିଛନ୍ତି । ଏବଂ ଲୋକଙ୍କ ଆର୍ଶାୀବାଦ କାମନା କରିଛନ୍ତି ।

ଦ୍ୱିତୀୟ ପଯ୍ୟାୟ ନିର୍ବାଚନରେ ରାଜ୍ୟର ଆସ୍କା ଲୋକସଭା ନିର୍ବାଚନ ମଣ୍ଡଳୀ ସମେତ ଏହା ଅଧିନରେ ଥିବା ୭ଟି ଯାକ ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ଭୋଟ୍ ଗ୍ରହଣ ହେବ । ଏହା ଅଧିନରେ ମୁଖ୍ୟମନ୍ତ୍ରୀ ନିର୍ବାଚନ ଲଢ଼ୁଥିବା ହିଞ୍ଜିଳି ବିଧାନସଭା କ୍ଷେତ୍ର ରହିଛି ।

ସାନଖେମୁଣ୍ଡିରୁ ଆଜି ନବୀନ ତାଙ୍କ ରୋଡ ସୋ ଆରମ୍ଭ କରିଥିଲେ । ସାନଖେମୁଣ୍ଡିରୁ ନଳବନ୍ତ ପର୍ଯ୍ୟନ୍ତ ତାଙ୍କର ଏହି ରୋଡ ସୋ ଜରିଆରେ ସେ ମୋହନଳା, ପଟାପୁର, ଚୁଡଙ୍ଗପୁର, ସାହସପୁର, ରାଧାଦେଇପୁର, ଆଡପଡା, ଜଗନ୍ନାଥପୁର, ରାମଚନ୍ଦ୍ରପୁର, ଶେରଗଡ, ନନ୍ଦିକା, ହିଂଜିଳି ଭଳି ଆସ୍କା ଲୋକସଭା ଅଂଚଳର ବହୁ ଗୁରୁତ୍ବପୂର୍ଣ୍ଣ ଅଞ୍ଚଳ ବୁଲିଥିଲେ ।

ଏହି ଅବସରରେ ସେ କହିଥିଲେ ଯେ, ଓଡିଶାର ସାଢେ ଚାରିକୋଟି ଲୋକ ତାଙ୍କ ପରିବାରର । ଜୀବନର ଶେଷ ନିଶ୍ବାସ ପର୍ଯ୍ୟନ୍ତ ସେ ସେମାନଙ୍କ ସହ ରହିବେ ବୋଲି କହିଛନ୍ତି ।

Share

Leave a Reply

Your email address will not be published. Required fields are marked *

18 − six =