ଗ୍ରାମାଞ୍ଚଳ ରାସ୍ତା ପ୍ରସଙ୍ଗରେ ମନ୍ତ୍ରୀଙ୍କ ଉତ୍ତର

ଭୁବନେଶ୍ୱର() ଆଜି ବିଧାନସଭା ଅଧିବେଶନ ପ୍ରଶ୍ନକାଳରେ ଉଠିଲା ଗ୍ରାମାଞ୍ଚଳ ରାସ୍ତା ପ୍ରସଙ୍ଗ । ବିଜେଡି ବିଧାୟକ ମନୋହର ରନ୍ଧାରୀ, ଅନନ୍ତ ଦାସ, ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ, କୁସୁମ ଟେଟେ, ପ୍ରମୋଦ ମଲ୍ଲିକ ଗ୍ରାମାଞ୍ଚଳ ରାସ୍ତା ଉପରେ ପ୍ରଶ୍ନ ଉଠାଇଥିଲେ ।

ବିଜେଡି ବିଧାୟକ ମନୋହର ରନ୍ଧାରୀଙ୍କ ପ୍ରଶ୍ନର ଉତ୍ତର ରଖିଛନ୍ତି ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ସୁଶାନ୍ତ ସିଂ, ୨୦୦୧ ଜନଗଣନା ଅନୁଯାୟୀ ରାଜ୍ୟରେ ୫୦୧୭୮ ଗାଁ ରହିଛି । ଏଥିରୁ ୨୯୫୩୭ ଗାଁ କୁ ରାସ୍ତା ଅଛି । ୧୮୪୭୭ ଗାଁ କୁ ରାସ୍ତା କରିବା ପାଇଁ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନାରେ ରାସ୍ତା କରିବା ପାଇଁ ଯୋଜନା ହୋଇଥିଲା । ଏଥିରୁ ରାଜ୍ୟର ୧୭୦୮୯ ଗାଁକୁ ରାସ୍ତା ମାଧ୍ୟମରେ ସଂଯୋଗ କରିବାକୁ ଅର୍ଥ ମଞ୍ଜୁର ହୋଇଥିଲା । ଏଥିରୁ ୧୬୩୪୭ ଗାଁକୁ ସଂଯୋଗ ସରିଛି । ୭୩୨ ଟି ଗାଁକୁ ସଂଯୋଗ କାମ ଚାଲିଛି । ପ୍ରଧାନମନ୍ତ୍ରୀ ସଡ଼କ ଯୋଜନା-୨ରେ ୧୬୧୫. ୫୧ କୋଟି ଟଙ୍କା ଅନୁମୋଦନ ହୋଇଛି । ଏହା ବ୍ୟତୀତ ୧୮ ଟି ଆଇଏପି ଜିଲ୍ଲାର ୨୫୦ରୁ ଅଧିକ, ନନ୍ ଆଇଏପି ଜିଲ୍ଲାର ୫୦୦ରୁ ଅଧିକ ଓ ମାଓବାଦୀ ପ୍ରବଣ ଅଞ୍ଚଳରେ ଶହେରୁ ଅଧିକ ଗାଁକୁ ରାସ୍ତା କାମ ହେଉଛି । ଏହା ବ୍ୟତିତ ଆବଶ୍ୟକ ସ୍ଥଳେ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ରାସ୍ତା ନିର୍ମାଣ ପାଇଁ ଅର୍ଥ ବରାଦ ହେଉଛି ।

ଯୋଜନା ଓ ସଂଯୋଜନ ବିଭାଗ ଭଳି ଗ୍ରାମ୍ୟ ଉନ୍ନୟନ ବିଭାଗର ଏକ ୱେବସାଇଟ କରିବାକୁ ବାଚସ୍ପତି ସୂର୍ୟ୍ୟ ପାତ୍ର ମନ୍ତ୍ରୀ ସୁଶାନ୍ତ ସିଂଙ୍କୁ ପରାମର୍ଶ ଦେଇଛନ୍ତି । ଏହାଦ୍ଵାରା ଅର୍ଥ କେଉଁଭଳି ଖର୍ଚ୍ଚ ହେଲା ବିଧାୟକ ମାନେ ଜାଣି ପାରିବେ ।

Share

Leave a Reply

Your email address will not be published. Required fields are marked *

eleven + nineteen =