ଇପ୍ୟାକ୍ ଡ୍ୟୁରେବଲ୍ ଲିମିଟେଡ୍‌ର ଇନିସିଆଲ୍ ପବ୍ଲି୍‌କ୍ ଅଫର ୨୦୨୪ ଜାନୁୟାରି୧୯ରେ ଖୋଲିବ

ଭୁବନେଶ୍ୱର: ଇପ୍ୟାକ୍ ଡ୍ୟୁରେବଲ୍ ଲିମିଟେଡ୍‌ର ଇନିସିଆଲ୍ ପବ୍ଲିକ୍ ଅଫର ୨୦୨୪ ଜାନୁୟାରି ୧୯, ଶୁକ୍ରବାର ଦିନ ଖୋଲିବ । କଂପାନି ଏହି ଅଫର ଜରିଆରେ ୧୦,୪୩୭,୦୪୭ ଇକ୍ୱିଟି ସେୟାର ବିକ୍ରି କରିବ ଏବଂ ୪୦୦ କୋଟି ଟଙ୍କା ସଂଗ୍ରହ କରିବାକୁ ଯୋଜନା ରଖିଛି ।
ଆଙ୍କର ନିବେଶକମାନେ ୨୦୨୪ ଜାନୁୟାରି ୧୮, ଗୁରୁବାରରେ ବିଡ୍ ଦାଖଲ କରିପାରିବେ । ଏହି ଅଫର ୨୦୨୪ ଜାନୁୟାରି ୨୩, ମଙ୍ଗଳବାର ବନ୍ଦ ହେବ । ଅଫରରେ ଇକ୍ୱିଟି ସେୟାର ପିଛା ଦାମ୍ ୨୧୮ ଟଙ୍କାରୁ ୨୩୦ ଟଙ୍କା ଧାର୍ଯ୍ୟ କରାଯାଇଛି । ନିବେଶକମାନେ ସର୍ବନିମ୍ନ ୬୫ଟି ଇକ୍ୱିଟି ସେୟର ପାଇଁ ବିଡ୍ ଦାଖଲ କରିପାରିବେ ଏବଂ ଏହା ପରେ ୬୫ଟି ଲେଖାଏଁ ଗୁଣିତକ ହିସାବରେ ସେୟାର ଯୋଡ଼ିପାରିବେ ।
ଏହି ଅଫରରୁ ମିଳିବାକୁ ଥିବା ପାଣ୍ଠିକୁ କଂପାନି ଉତ୍ପାଦନ ସୁବିଧାର ସମ୍ପ୍ରସାରଣ/ ପ୍ରତିଷ୍ଠା, ପରିଶୋଧ ଏବଂ/ କିମ୍ବା ପ୍ରାକ୍ ଦେୟ, କମ୍ପାନୀର କେତେକ ବକେୟା ଋଣ ଖର୍ଚ୍ଚ କରିବ ଏବଂ ବଳକା ରାଶିକୁ ସାଧାରଣ କର୍ପୋରେଟ୍ ଉଦ୍ଦେଶ୍ୟର ଆଂଶିକ କିମ୍ବା ସମ୍ପୂର୍ଣ୍ଣ ଭାବରେ ବ୍ୟବହାର କରିବାକୁ ପ୍ରସ୍ତାବ ଦେଇଛି ।
ଅଫର ଫର ସେଲ୍‌ରେ ବଜରଙ୍ଗ ବୋଥ୍ରାଙ୍କ ୧,୧୭୨,୯୭୬ ଇକ୍ୱିଟି ସେୟାର, ଲକ୍ଷ୍ମୀ ପାଟ ବୋଥ୍ରାଙ୍କ ୬,୬୬,୭୯୮ ଇକ୍ୱିଟି ସେୟାର, ସଞ୍ଜୟ ସିଂଘାନିଆଙ୍କ ୭,୪୮,୭୨୧ ଇକ୍ୱିଟି ସେୟାର, ଅଜୟ ଡିଡି ସିଂଘାନିଆଙ୍କ ୭,୪୮,୭୨୧ ଇକ୍ୱିଟି ସେୟାର ମିଶାଇ ୧୦,୪୩୭,୦୪୭ ଇକ୍ୱିଟି ସେୟାର ବିକ୍ରି ପାଇଁ ଅଫର ରହିଛି । ପ୍ରୀତି ସିଂହାନିଆଙ୍କ ଦ୍ୱାରା ୨୮୬,୩୫୧ ଇକ୍ୱିଟି ସେୟାର, ନିଖିଲ ବୋଥ୍ରାଙ୍କ ଦ୍ୱାରା ୪୪୨,୯୦୫ ଇକ୍ୱିଟି ସେୟାର, ନୀତିନ ବୋଥ୍ରାଙ୍କ ଦ୍ୱାରା ୪,୪୨,୯୦୫ ଇକ୍ୱିଟି ସେୟାର, ରଜତ କୁମାର ବୋଥ୍ରାଙ୍କ ଦ୍ୱାରା ୩,୭୯,୬୩୩ ଇକ୍ୱିଟି ସେୟାର, ଇଣ୍ଡିଆ ଆଡଭାଟେଂଜ୍ ଫଣ୍ଡ ଏସ୪ ଆଇ ଦ୍ୱାରା ୪୬,୩୦,୨୮୪ ଇକ୍ୱିଟି ସେୟାର ଏବଂ ୬,୩୧,୪୦୨ ଇକ୍ୱିଟି ସେୟାର ବିକ୍ରି କରାଯିବ ।
ଏହି ସେୟରଗୁଡ଼ିକୁ ବମ୍ବେ ଷ୍ଟକ୍ ଏକ୍ସଚେଂଜ୍ ଓ ନ୍ୟାସନାଲ୍ ଷ୍ଟକ୍ ଏକ୍ସଚେଂଜ୍‌ରେ ତାଲିକାଭୁକ୍ତ କରିବାର ପ୍ରସ୍ତାବ ରହିଛି । ଅଫରର ବୁକ୍ ରନିଂ ଲିଡ୍ ମ୍ୟାନେଜର ହେଉଛନ୍ତି ଆକ୍ସିସ୍ କ୍ୟାପିଟାଲ ଲିମିଟେଡ୍‌, ଡିଏଏମ କ୍ୟାପିଟାଲ ଆଡଭାଇଜର୍ସ ଲିମିଟେଡ୍ ଏବଂ ଆଇସିଆଇସିଆଇ ସିକ୍ୟୁରିଟିଜ୍ ଲିମିଟେଡ୍ ।

Share

Leave a Reply

Your email address will not be published. Required fields are marked *

two × two =