‘ମୋ ସରକାର’ କାର୍ଯ୍ୟକ୍ରମ ପ୍ରତି ବିଜେପିର ଅସୂୟା ଭାବ

ଭୁବନେଶ୍ବର () ଜନସାଧାରଣଙ୍କୁ ଉତ୍ତମ ସେବା ପ୍ରଦାନର ବ୍ୟବସ୍ଥା- ‘ମୋ ସରକାର’ କାର୍ଯ୍ୟକ୍ରମରେ ବିଜେପି ବିଚଳିତ ହୋଇପଡ଼ିଛି । ଭାରତୀୟ ଜନତା ପାର୍ଟି ‘ମୋ ସରକାର’ କାର୍ଯ୍ୟକ୍ରମର ସଫଳତାକୁ ସହି ନପାରି ଜନସାଧାରଣଙ୍କୁ ବିଭ୍ରାନ୍ତ କରିବା ନିମନ୍ତେ ଅପଚେଷ୍ଟା କରୁଛନ୍ତି । ‘ମୋ ସରକାର’ ର ଇସ୍ତାହାର ଯଦି ଥରେ ପଢ଼ନ୍ତେ ତେବେ ଏପରି ଭାବେ ବିବୃତି ଦେବାରୁ କ୍ଷାନ୍ତ ରୁହନ୍ତେ ବୋଲି ବିଜେଡି ମୁଖପାତ୍ର ଲେଲିନ ମହାନ୍ତି କହିଛନ୍ତି ।

ନିର୍ଦ୍ଧିଷ୍ଟ ଯେଉଁ କେତକ ବିଷୟ ଉପରେ ରୋଗୀମାନଙ୍କ ଠାରୁ ମତାମତ ସଂଗ୍ରହ କରିବାର ପ୍ରକ୍ରିୟା ହେଉଛି ‘ମୋ ସରକାର’ । ସେଗୁକ ହେଲା ୧. ମେଡ଼ିକାଲ ଷ୍ଟାଫ୍ଙ୍କର ବ୍ୟବହାର, ୨. କୌଣସି ପ୍ରକାର ଲାଞ୍ଚ ଦାବି ଅଥବା ଘରୋଇ କ୍ଲିନିକ୍କୁ ନ ପଠାଇ ଦେୟମୁକ୍ତ ଚିକିତ୍ସା ସେବା ପ୍ରଦାନ, ୩. ମାଗଣାରେ ଔଷଧ ପ୍ରଦାନର ବ୍ୟବସ୍ଥା, ୪. ଦେୟମୁକ୍ତ ନିଦାନ, ୫. ସରକାରୀ ଚିକିତ୍ସାଳୟରେ ସୁଷମ ଖାଦ୍ୟ ଯୋଗାଣ ଏବଂ ୬. ସର୍ବୋପରି ସ୍ବଚ୍ଛତା ବଜାୟ ରଖିବା ।

ସରକାରୀ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ରୋଗୀମାନଙ୍କ ଟେଲିଫୋନ୍ ନମ୍ବରରେ ଯୋଗାଯୋଗ କରାଯାଇ ମତାମତ ତଥା ଅଭିଯୋଗ ଗ୍ରହଣ । ଏଣୁ ଉପରୋକ୍ତ ବିଷୟ ଉପରେ ରୋଗୀମାନଙ୍କ ଠାରୁ ମତାମତ ସଂଗ୍ରହ କରାଯିବା ନିମନ୍ତେ କ୍ଷେତ୍ର ପରିଦର୍ଶନ । ଏପରି ପରିଦର୍ଶନ ସମୟରେ ସମସ୍ତ ରୋଗୀମାନଙ୍କ ଠାରୁ ସକାରାତ୍ମକ ମତାମତ ଗ୍ରହଣ କରିବା ପ୍ରାୟତଃ ସମ୍ଭବ ନୁହେଁ । ଯଦିଓ ବିରୋଧୀ ଭିତ୍ତିଭୂମି ଏବଂ ଡାକ୍ତର ପଦବୀ ସମ୍ପର୍କରେ ଅଭିଯୋଗ ଆଣୁଛନ୍ତି, ସେମାନେ ଜାଣିବା ଉଚିତ୍ ଯେ, ‘ମୋ ସରକାର’ କାର୍ଯ୍ୟକ୍ରମ ହେଉଛି କାର୍ଯ୍ୟରତ ଡାକ୍ତର ତଥା ଅନ୍ୟାନ୍ୟ ସ୍ବାସ୍ଥ୍ୟ ଅଧିକାରୀଙ୍କ ବ୍ୟବହାର ସଂକ୍ରାନ୍ତରେ ମତାମତ ଗ୍ରହଣ କରିବା । ଏଥିନିମନ୍ତେ ଭିତ୍ତିଭୂମି କିମ୍ବା କର୍ମଚାରୀଙ୍କ ସହ କିଛି ସମ୍ପର୍କ ନଥାଇ ଏପରି ପରିଦର୍ଶନ କରାଯାଇପାରିବ ବୋଲି ସେ କହିଛନ୍ତି ।

ସେ କହିଛନ୍ତି ଯେ, ଆମେ ସେମାନଙ୍କୁ ସମ୍ମାନର ସହ ଲୋକମାନଙ୍କର ଚିକିତ୍ସା କରିବା ପାଇଁ ପ୍ରବର୍ତ୍ତାଉଛୁ । ଏଥିରେ କୌଣସି ବ୍ୟୟଭାର ନାହିଁ । ‘ମୋ ସରକାର’ କାର୍ଯ୍ୟକ୍ରମର ନାମକରଣ ଦ୍ବାରା ଏହା ସୂଚୀତ ହେଉଛି ଯେ, ଏହା ମୋ ସରକାର ଏବଂ ମୁଁ ସମ୍ମାନ ଓ ସହାନୁଭୂତିର ସହ ଚିକିତ୍ସିତ ହେବା ଦରକାର । କୌଣସି ପରିଦର୍ଶନ ଅଚାନକ ନ ହେଲେ ମଧ୍ୟ ଯଦି ତୁମେ ଡାକ୍ତରଖାନା କର୍ମଚାରୀଙ୍କ ଅନୁପସ୍ଥିତିରେ ରୋଗୀମାନଙ୍କ ସହ ବାର୍ତ୍ତାଳାପ କର ତେବେ ଏହା ପ୍ରାୟ ସମାନ ମତାମତ ପ୍ରଦାନ କରିବ । ଏ ବିଷୟରେ ଆମେ ଆମ ଗଣମାଧ୍ୟମ ଏବଂ ରାଜନୈତିକ ବ୍ୟକ୍ତିମାନଙ୍କୁ ଜଣେଇଦେବା ଉଚିତ୍ ।

ବାରମ୍ବାର ପ୍ରଶ୍ନ କରାଯାଉଥିବା ବିଷୟବସ୍ତୁରେ ଏହା ପ୍ରାଞ୍ଜଳ ଭାବେ ବୁଝାଇ ଦିଆଯାଇଛି । ମୋ ସରକାର ହେଉଛି ଗୋଟିଏ ମତାମତ ସଂଗ୍ରହକାରୀ ବ୍ୟବସ୍ଥା । ଏହା ସରକାରଙ୍କୁ ସଠିକ୍ ପଦକ୍ଷେପ ନେବାରେ ସହାୟକ ହୁଏ । ସରକାରୀ କାର୍ଯ୍ୟରେ କୌଣସି ପ୍ରକାର ହସ୍ତକ୍ଷେପ ନ କରିବା ନିମନ୍ତେ ଭାରତୀୟ ଜନତା ପାର୍ଟିକୁ ପରାମର୍ଶ ଦିଆଯାଉଛି । ମୋ ସରକାର ସମ୍ପର୍କରେ ବିଜେପି ନିକଟରେ କୌଣସି ଉତ୍ତର ନାହିଁ । ନବୀନ ପଟ୍ଟନାୟକ ସରକାର ନିଜ ପ୍ରତିଶ୍ରୁତି ମୁତାବକ ଯେପରି ଜନହିତକର କାର୍ଯ୍ୟକ୍ରମ ଜାରି ରଖିଛନ୍ତି ତାହାର କୌଣସି ବିକଳ୍ପ ନାହିଁ । ବିଜେପି ଏପରି କାର୍ଯ୍ୟକ୍ରମକୁ ସମର୍ଥନ କରୁନାହିଁ କାହିଁକି ? ଏପରି କାର୍ଯ୍ୟକ୍ରମକୁ ବିଜେପି ସକାରାତ୍ମକ ଦୃଷ୍ଟିରେ ଗ୍ରହଣ କରିବା ଉଚିତ୍ ବୋଲି ସେ କହିଛନ୍ତି।

Share

Leave a Reply

Your email address will not be published. Required fields are marked *

7 + nineteen =