ତୈଳ ଦର କୁ ନେଇ ତର୍ଜମା କରିବେ କହିଲେ ଓଡିଶା ସରକାର

ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ଆଜି ପେଟ୍ରୋଲ ଏବଂ ଡିଜେଲ ଲିଟର ପିଛା ୨ଟଙ୍କା ୫୦ ପଇସା ହ୍ରାସ କରିବା ପାଇଁ ଘୋଷଣା କରିଛନ୍ତି । ଏହା ପରେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓଡିଶା ସରକାରଙ୍କୁ ପେଟ୍ରୋଲ ଏବଂ ଡିଜେଲ ଦର ହ୍ରାସ କରିବାକୁ ଅପିଲ କରିଥିଲେ । ତେବେ ଏହାକୁ ଅନୁଧ୍ୟାନ କରାଯିବ ବୋଲି କହିଛନ୍ତି ରାଜ୍ୟ ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା ।
ଶ୍ରୀ ବେହେରା କହିଛନ୍ତି ଯେ ଧର୍ମେନ୍ଦ୍ର ପ୍ରଧାନ କରିଥିବା ଅପିଲକୁ ଅନୁଧ୍ୟାନ କରି ତର୍ଜମା କରାଯିବ । ଏହା ପରେ ହିଁ ନିଷ୍ପତି ନିଆଯିବ । କେନ୍ଦ୍ର ସରକାର ଅଡେଇ ଟଙ୍କା କମାଇଲେ ଆପେ ଆପେ ୬୫ ପଇସା କମିବ ବୋଲି ସେ ଯୁକ୍ତି ବାଢିଛନ୍ତି ।
ସୂଚନାଯୋଗ୍ୟ କି, କେନ୍ଦ୍ର ତୈଳଦର ହ୍ରାସ କରିବା ପରେ ବିଭିନ୍ନ ରାଜ୍ୟ ଯଥା ମହାରାଷ୍ଟ୍ର, ଗୁଜୁରାତ, ଉତରପ୍ରଦେଶ, ଝାଡଖଣ୍ଡ, ତ୍ରିପୁରା ଏବଂ ଛତିଶଗଡ ସରକାର କମାଇ ସାରିଛନ୍ତି ।

Share

Leave a Reply

Your email address will not be published. Required fields are marked *

13 − 13 =