ଶିକ୍ଷକଙ୍କ ନାଁରେ ସାଙ୍ଘାତିକ ଅଭିଯୋଗ, ଛାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗ

ରାଜସ୍ଥାନ: ଷଷ୍ଠ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ କଲେ ଦୁଇ ଶିକ୍ଷକ । ବିଭିନ୍ନ ପ୍ରଲୋଭନ ଦେଖାଇ କ୍ଳାସ ରୁମରେ ଦୁଇଜଣ ଶିକ୍ଷକ ମିଶି ଷଷ୍ଠ ଶ୍ରେଣୀ ଛାତ୍ରୀଙ୍କ ସହ କରିଛନ୍ତି ଦୁଷ୍କର୍ମ । ନାବାଳିକା ଗର୍ଭବତୀ ହେବା ପରେ ସବୁ ସତ ଜଣା ପଡିଛି । ରାଜସ୍ଥାନ ଯୋଧପୁର ଜିଲ୍ଲା ଶେରଗଡ଼ ଥାନା ମୋକାମଗଡ଼ ସ୍କୁଲରେ ପଢ଼ୁଥିବା ଜଣେ ଛାତ୍ରୀଙ୍କ ସହ ଏଭଳି ଘଟିଥିବା ସୂଚନା ମିଳିଛି । ପୋଲିସ ଏହି ଘଟଣାରେ ଦୁଇ ଶିକ୍ଷକଙ୍କୁ ଅଟକ ରଖି ପଚରା ଉଚରା କରୁଛି ।

ପରୀକ୍ଷାରେ ମାର୍କ ଦେବା ଓ ବିଭିନ୍ନ ଖାଦ୍ୟ ପଦାର୍ଥ ଦେଇ ଦୁଇ ଶିକ୍ଷକ ଛାତ୍ରୀଙ୍କ ସହ ଦୁଷ୍କର୍ମ କରିଥିଲେ । ତେବେ ଏହି କଥା କାହା ଆଗରେ କହିଲେ ଜୀବନରୁ ମାରିଦେବାକୁ ମଧ୍ୟ ଧମକ ଦେଇଥିଲେ । ତେବେ ନାବାଳିକାଙ୍କ ଦେହ ଖରାପ ହେବା ପରେ ପରିବାର ଲୋକ ତାଙ୍କୁ ମେଡିକାଲରେ ଭର୍ତ୍ତି କରିଥିଲେ । ତେବେ ଡାକ୍ତର ସେଠାରେ କହିଥିଲେ କି ଝିଅ ଗର୍ଭବତୀ ଅଛି । ଏହାପରେ ଝିଅଟି କାନ୍ଦି କାନ୍ଦି ସବୁ କହିବା ପରେ ପୋଲିସ ତଦନ୍ତ ଚଳାଇଛି ।

Share

Leave a Reply

Your email address will not be published. Required fields are marked *

2 × 3 =