ବାବା ବାଣ୍ଟିଲେ ୨ କୋଟି ଟଙ୍କା, କାହିଁକି ଆଉ କେଉଁଠି ଜାଣନ୍ତୁ…

ଉତ୍ତରଖଣ୍ଡରେ ବାଣ୍ଟିଲେ ୨ କୋଟି ଟଙ୍କା । ରାମଦେବଙ୍କ ଦିବ୍ୟ ଫାର୍ମାସୀ ଉତ୍ତରାଖଣ୍ଡ ବାୟୋ ଡାଇଭର୍ସିଟି ବୋର୍ଡ଼ ବିରୋଧରେ ମାମଲା ରୁଜୁ କରିଥିଲେ । କାରଣ ବୋର୍ଡ଼ ତାଙ୍କୁ ଲାଭାଂଶରୁ ସ୍ଥାନୀୟ ଅଞ୍ଚଳର ବିକାଶ ପାଇଁ ଖର୍ଚ୍ଚ କରିବାକୁ କହିଥିଲେ । ତେବେ ଏହି ମାମଲାକୁ ଉତ୍ତରାଖଣ୍ଡ ହାଇକୋର୍ଟ ଖାରଜ କରି ଦେଇଛନ୍ତି । ଏହା ସହିତ ଏଠାରେ ଥିବା ଦିବ୍ୟ ଫାର୍ମାସୀର ଲାଭାଂଶରୁ ସ୍ଥାନୀୟ ଲୋକଙ୍କ ବିକାଶ ପାଇଁ ଖର୍ଚ୍ଚ କରିବାକୁ ଆଦେଶ ଦେଇଥିଲେ । ତେଣୁ ବାବା ରାମଦେବ ୨ କୋଟି ଟଙ୍କା ଏଠାକାର କୃଷକ ଓ ଅନ୍ୟ ବାସିନ୍ଦାଙ୍କୁ ବାଣ୍ଟି ଦେଇଛନ୍ତି ।
ଦିବ୍ୟ କମ୍ପାନୀ ଏଠାରୁ ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ କରି ଔଷଧ ପ୍ରସ୍ତୁତ କରୁଛି । ଏଥିରୁ ୪୨୧ କୋଟି ଟଙ୍କାର ଲାଭ କରିଛି । ତେଣୁ ଲାଭାଂଶରୁ ୨ କୋଟି ଟଙ୍କା ସ୍ଥାନୀୟ ଲୋକଙ୍କୁ ଦେବା ଉଚିତ ବୋଲି ମାମଲାର ବିଚାର କରୁଥିବା ଜଷ୍ଟିସ୍ ସୁଧାଂଶୁ ଧୁଲିୟା କହିଥିଲେ । ସେ ଆହୁରି କହିଛନ୍ତି ଯେ ଜଙ୍ଗଲଜାତ ଦ୍ରବ୍ୟ କେବଳ ରାଷ୍ଟ୍ରର ସମ୍ପତ୍ତି ନୁହେଁ, ଏହାର ଉତ୍ପାଦନ କରୁଥିବା ତଥା ସଂଗ୍ରହ କରୁଥିବା ଲୋକଙ୍କର ମଧ୍ୟ । ତେଣୁ ବାୟୋ ଡାଇଭର୍ସିଟି ବୋର୍ଡ଼ ଉଚିତ ଲାଭାଂଶ ପାଇଁ ନିର୍ଦ୍ଦେଶ ଦେଇ ପାରିବେ ।

Share

Leave a Reply

Your email address will not be published. Required fields are marked *

four − three =