ଇଦ ପରେ ଅପରେସନ ଅଲଆଉଟ

ଶ୍ରୀନଗର: ଶନିବାର ଦିନ ଇଦ୍‌ ପ୍ରାର୍ଥନା ଶେଷ ହେବା କ୍ଷଣି ଜମ୍ମୁ ଓ କଶ୍ମୀର କେତେକ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି  । ଉତ୍ତ୍ୟକ୍ତ ଯୁବଗୋଷ୍ଠୀ ନିରାପତ୍ତା କର୍ମୀଙ୍କ ଉପରେ ଆକ୍ରମଣ କରିବାରୁ ସଂଘର୍ଷ ସୃଷ୍ଟି ହୋଇଛି। ଜମ୍ମୁ ଓ କଶ୍ମୀରର ଅନନ୍ତନାଗ ଜିଲ୍ଲା ଅନ୍ତର୍ଗତ ଜଙ୍ଗଲାତ ମଣ୍ଡି ସହରରେ ପ୍ରଥମେ ସଂଘର୍ଷ ଘଟିଥିବା ଜଣାପଡ଼ିଛି। ସଂଘର୍ଷ ସମୟରେ ଅନନ୍ତନାଗ ଅନ୍ତର୍ଗତ ବାରାକପୋରା ସହର ନିବାସୀ ଶିରାଜ୍‌ ଅହମଦ୍‌ ନାମକ ଜଣେ ଯୁବକ ଲୁହବୁହା ବାଷ୍ପ ସେଲ୍‌ ଆଘାତରେ ମୃତ୍ୟୁ ବରଣ କରିଛନ୍ତି।

ପ୍ରାୟ ୬. ୪୫ ମିନିଟ୍‌ରେ ସକାଳ ପ୍ରାର୍ଥନା ଶେଷ ହେବା ମାତ୍ରେ ଘଟଣା ଘଟିଥିବା ପ୍ରକାଶ। ପ୍ରତିବାଦକାରୀମାନେ ‘ପାକିସ୍ତାନ ଜିନ୍ଦାବାଦ୍‌’ ସ୍ଲୋଗାନ୍‌ ଦେବା ସହ କର୍ତ୍ତବ୍ୟରତ ନିରାପତ୍ତା ବଳଙ୍କୁ ଆକ୍ରମଣ କରିଥିଲେ। ଉତ୍ତ୍ୟକ୍ତ ଜନତାଙ୍କୁ ଘଉଡ଼ାଇବାକୁ ପୁଲିସ ଏବଂ ନିରାପତ୍ତା ବଳ ଲୁହବୁହା ବାଷ୍ପ ଏବଂ ରବର ଗୁଳି ଚଳାଇଥିଲେ। ଅନନ୍ତନାଗସ୍ଥିତ ଏକ ଡାକ୍ତରଖାନା ସୂତ୍ରରୁ ପ୍ରକାଶ ଯେ ଏଥିରେ ଅନ୍ୟୂନ ତିନି ଜଣ ପ୍ରତିବାଦକାରୀ ଆହତ ହୋଇଛନ୍ତି। ସେନା ଗୁଳିରେ ଶୁକ୍ରବାର ଦିନ ଜଣେ ୯ ବର୍ଷିୟ ବାଳକ ନିହତ ହୋଇଥିବା କାରଣରୁ ପୁଲ୍‌ଓ୍ଵାମା ଠାରେ ଦଳେ ଲୋକ ପ୍ରତିବାଦ କରିଥିଲେ।

ଶୋପିଆନ ସହରରେ ମଧ୍ୟ ଯୁବଗୋଷ୍ଠୀ ପଥର ଫିଙ୍ଗିଛନ୍ତି। ଇଦ୍‌ ପ୍ରାର୍ଥନା ପରେ ଶ୍ରୀନଗର ସହରର ଇଦ୍‌ଗା ଅଞ୍ଚଳରେ ମଧ୍ୟ ସଂଘର୍ଷ ଘଟିଛି। ସେଠାକାର ପ୍ରାର୍ଥନାରେ ବହୁ ଜନସମାଗମ ହୋଇଥିଲା। ଇଦରେ ଜମ୍ମୁକଶ୍ମୀର ଶ୍ରୀନଗରରେ ଉଡିଲା ପାକିସ୍ତାନ ପତାକା । ବିଛିନ୍ନତାବାଦୀମାନେ ବିକ୍ଷୋଭବେଳେ ପାକିସ୍ତାନ ଓ ଆତଙ୍କବାଦୀ ସଂଗଠନ ଆଇଏସଆଇଏସର ପତାକା ଉଡାଇଛନ୍ତି । ପାକିସ୍ତାନ ଓ ଆଇଏସ ଜିନ୍ଦାବାଦ୍ ନାରା ଦେଇ ବିକ୍ଷୋଭ କରିଛନ୍ତି ବିକ୍ଷୋଭକାରୀ । ଏହା ସହିତ ସୁରକ୍ଷାବଳ ଉପରକୁ ଆଖି ବୁଝା ଢ଼େଲା ପଥର ମାଡ କରିଛନ୍ତି । ବିଛିନ୍ନତାବାଦୀମାନେ ଜମ୍ମୁକଶ୍ମୀରକୁ ଅଖଣ୍ଡ ଭାରତଠାରୁ ଅଲଗା କରି ମ୍ୟାପ ପ୍ରଦର୍ଶନ କରିଛନ୍ତି । ଇଦ୍ ସମୟରେ ଜମ୍ମୁକଶ୍ମୀରରେ ଅସ୍ତ୍ରବିରତି ଘୋଷଣା କରିଥିଲେ କେନ୍ଦ୍ର ସରକାର । ତେବେ ପାକିସ୍ତାନ ସମର୍ଥିତ ବିଛିନ୍ନତାବାଦୀମାନେ ଦିନକୁ ଦିନ ଘାଟିରେ ଆତଙ୍କ ବଢ଼ାଉଥିବାରୁ ଅସ୍ତ୍ରବିରତି ନେଇ ବିଚାର କରାଯିବ ବୋଲି କହିଥିଲେ ଗୃହମନ୍ତ୍ରୀ ରାଜନାଥ ସିଂ ।

ଜମ୍ମୁ-କଶ୍ମୀରରେ ଇଦ୍ ପରେ ପୁଣି ଆତଙ୍କବାଦ ବିରୋଧୀ ଅଭିଯାନ ଅପରେଶନ ଅଲ୍ଆଉଟ୍ ଆରମ୍ଭ ହେବ । ଏନେଇ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ସୂଚିତ କରାଯାଇଛି । ଆତଙ୍କବାଦୀଙ୍କୁ ମୂଳପୋଛ କରିବାକୁ ପୁଣିଥରେ ଅପରେସନ ଅଲଆଉଟ ଆରମ୍ଭ କରିପାରନ୍ତି ସରକାର । ଜମ୍ମୁ-କାଶ୍ମୀରରେ ଦିନକୁ ଦିନ ଆତଙ୍କବାଦୀ ଉତ୍ପାତ ବଢ଼ି ଚାଲିଛି । ଆଉ ଏମାନଙ୍କୁ ନିପାତ କରିବାକୁ ପୁଣିଥରେ ଆରମ୍ଭ ହୋଇପାରେ ଅପରେସନ ଅଲଆଉଟ । କାଶ୍ମୀରରେ ଆତଙ୍କବାଦୀ ଆକ୍ରମଣକୁ ନେଇ ଆଜି ଗୃହମନ୍ତ୍ରୀ ରାଜନାଥ ସିଂହଙ୍କ ଘରେ ଏକ ଉଚ୍ଚସ୍ତରୀୟ ବୈଠକ ହୋଇଥିଲା । ଜମ୍ମୁ-କାଶ୍ମୀରରେ ଶାନ୍ତି ଆଣିବା ଉଦ୍ଦେଶ୍ୟରେ ଆତଙ୍କବାଦୀଙ୍କ ବିରୋଧରେ ଚାଲୁଥିବା ଅପରେସନ ଅଲଆଉଟକୁ ଇଦ ପର୍ଯ୍ୟନ୍ତ ବନ୍ଦ କରାଯାଇଥିଲା । କିନ୍ତୁ ଏହାର ଫାଇଦା ଉଠାଇଥିଲେ ଆତଙ୍କବାଦୀ । ଭାରତର ଯବାନଙ୍କ ଉପରକୁ ଅତର୍କିତ ଆକ୍ରମଣ କରିବାକୁ ପଛାଇନଥିଲେ । ଫଳରେ ଅନେକ ଭାରତୀୟ ଯବାନ ପବିତ୍ର ରମଜାନ ମାସରେ ସହିଦ ହୋଇଥିଲେ ।

Share

Leave a Reply

Your email address will not be published. Required fields are marked *

one × 3 =