ବିଶ୍ୱରେ କୋଟିଏ ଟପିଲା କରୋନା ପଜିଟିଭ ସଂଖ୍ୟା

ନୂଆଦିଲ୍ଲୀ() ବିଶ୍ୱରେ କୋଟିଏ ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଦେଶରେ ବଢ଼ିବାରେ ଲାଗିଛି କରୋନା କହର । ୨୪ ଘଣ୍ଟାରେ ୧୯ ହଜାର ୯୦୬ଜଣ ସଂକ୍ରମିତ ହୋଇଥିବା ବେଳେ ୪୧୦ଜଣଙ୍କର ମୃତ୍ୟୁ ହୋଇଛି । ଦେଶରେ କରୋନା ପଜିଟିଭ୍ ସଂଖ୍ୟା ୫ଲକ୍ଷ ୨୮ହଜାର ୮୫୯ଥିବା ବେଳେ ଆକ୍ଟିଭ୍ କେସ୍ ରହିଛି ୨ଲକ୍ଷ ୩ହଜାର ୫୧ଟି । ୩ଲକ୍ଷ ୯୭ହଜାର ଜଣ ସୁସ୍ଥ ହୋଇଥିବା ବେଳେ ମୋଟ୍ ୧୬ ହଜାର ୫୫ଜଣଙ୍କ ମୃତ୍ୟୁ ହେଲାଣି ।

ମହାରାଷ୍ଟ୍ରରେ ଲକ୍ଷେ ୫୯ ହଜାର ୧୩୩ଜଣ ସଂକ୍ରମିତ ହୋଇଥିବା ବେଳେ ୭ହଜାର ୨୭୩ଜଣଙ୍କ ମୃତ୍ୟୁ ହେଲାଣି । ସେହିପରି ଦିଲ୍ଲୀରେ ୮୦ ହଜାର ଶହେ ୮୮ ଜଣ ସଂକ୍ରମିତ ହୋଇଥିବା ବେଳେ ୨୫୫୮ଜଣଙ୍କ ପ୍ରାଣ ନେଲାଣି କରୋନା । ତାମିଲନାଡୁରେ ୭୮ହଜାର ୩୩୫ଜଣ ସଂକ୍ରମିତ ହୋଇଥିବା ବେଳେ ହଜାରେ ୨୫ଜଣଙ୍କ ମୃତ୍ୟୁ ହେଲାଣି ।

ଆଜି ମନ୍ କି ବାତ୍ କାର୍ଯ୍ୟକ୍ରମରେ ମୋଦି ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି । ଭାରତରେ ଅନଲକ୍ ଜାରି ରହିବା ନେଇ ପ୍ରଧାନମନ୍ତ୍ରୀ ଘୋଷଣା କରିଛନ୍ତି । କଟକଣା ଭିତରେ ସ୍ୱାଭାବିକ ହେବ ଜୀବନଯାତ୍ରା । କରୋନା ସଙ୍କଟରୁ ମୁକ୍ତ ପାଇବା ପାଇଁ ମୋଦି ମନ୍ତ୍ର ଦେଇଛନ୍ତି । ସଭିଏଁ ମାସ୍କ ପିନ୍ଧିବା ନିହାତି ଆବଶ୍ୟକ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।

ବାହାରକୁ ଗଲେ ସାମାଜିକ ଦୂରତା ପ୍ରତି ଧ୍ୟାନ ଦେବା ଉଚିତ ଓ ପରିସ୍କାର ଓ ପରିଚ୍ଛନ ରହିବା ଜରୁରୀ ବୋଲି କହିଛନ୍ତି ମୋଦି। କରୋନାକୁ ମାତ ଦେଇ ଆଗକୁ ବଢିବା ସହ ଦେଶର ଅର୍ଥନାତିକୁ ଆଗେଇ ନେବା ପାଇଁ ଆହ୍ୱାନ କରିଛନ୍ତି । ଦେଶର ଚାଷୀଙ୍କ ପାଇଁ ଅନେକ ଯୋଜନା କରିଛନ୍ତି ସରକାର । ଏଭଳି ସଙ୍କଟ ସମୟର ଅନେକ ଐତିସାହିକ ନିଷ୍ପତ୍ତି ନିଆଯାଇଛି ।

Share

Leave a Reply

Your email address will not be published. Required fields are marked *

13 − four =