ଗ୍ରୀଷ୍ମ ପ୍ରବାହ ପାଇଁ ଖରା ଛୁଟି ଘୁଞ୍ଚିଲା

ଭୁବନେଶ୍ବର () ସ୍କୁଲ ଛୁଟି ବଢିଲା  । ଗ୍ରୀଷ୍ମ ପ୍ରବାହ ଯୋଗୁଁ ଖରାଛୁଟି ଆଉ କିଛି ଦିନ ପାଇଁ ଘୁଞ୍ଚାଇ ଦେଇଛନ୍ତି ସରକାର  । ଜୁନ 18 ତାରିଖ ପର୍ଯ୍ୟନ୍ତ ଛୁଟି ଘୋଷଣା କରିଥିଲେ ସରକାର  । ରାଜ୍ୟକୁ ମୌମୁମୀ ପ୍ରବେଶ କରିଥିଲେ ବି ଏଯାଏଁ ବର୍ଷା ନାହିଁ  । ବରଂ ଗତ 4-5 ଦିନ ଧରି ରାଜ୍ୟର ବହୁ ଅଂଚଳରେ ତାପମାତ୍ରା 40 ଡିଗ୍ରି ଉପରକୁ କିମ୍ବା ପାଖାପାଖି ରହୁଛି  । ଆସନ୍ତା 21 ତାରିଖ ପୂର୍ବରୁ ବର୍ଷାର ସମ୍ଭାବନା ମଧ୍ୟ ନାହିଁ  । ଏହି ଦୃଷ୍ଟିରୁ ଗ୍ରୀଷ୍ମ ଛୁଟିକୁ 21 ତାରିଖ ପର୍ଯ୍ୟନ୍ତ ବଢାଇ ଦିଆଯାଇଛି  । ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ସଚିବ ପଦୀପ୍ତ କୁମାର ମହାପାତ୍ର ଏହି ସୂଚନା ଦେଇଛନ୍ତି  । 21 ତାରିଖରେ ପାଗ ଦେଖି ସରକାର ପରବର୍ତ୍ତି ନିଷ୍ପତ୍ତି ନେବେ  ।

Share

Leave a Reply

Your email address will not be published. Required fields are marked *

8 + fifteen =