କେନ୍ଦ୍ର ସରକାରଙ୍କୁ ଆଉ ଏକ ଝଟକା, ଭାରତ ରତ୍ନକୁ ଅଗ୍ରାହ୍ୟ କଲେ ଭୂପେନଙ୍କ ପୁଅ

ନୂଆଦିଲ୍ଲୀ () ବିଜେପି ସରକାରଙ୍କୁ ଆଉ ଏକ ଝଟକା । ବିଶିଷ୍ଟ କଣ୍ଠଶିଳ୍ପୀ ସ୍ବର୍ଗତ ଭୂପେନ ହଜାରିକାଙ୍କୁ ଚଳିତ ବର୍ଷ ମରଣୋତ୍ତର ଭାବେ ପ୍ରଦାନ କରାଯାଇଥିବା ଭାରତ ରନ୍ନ ସମ୍ମାନ ଗ୍ରହଣ କରିବାକୁ ମନା କରିଦେଇଛନ୍ତି ତାଙ୍କ ପୁଅ ତେଜ ହଜାରିକା । ବିବାଦୀୟ ନାଗରିକତା ସଂଶୋଧନ ବିଲକୁ ଦୃଢ ବିରୋଧ କରିବାକୁ ଯାଏ ସେ ଏହି ନିଷ୍ପତ୍ତି ନେଇଛନ୍ତି ।

66 ବର୍ଷୀୟ ତେଜ୍ ଆମେରିକାର ନ୍ୟୁୟର୍କରେ ବାସ କରୁଛନ୍ତି । ସେ ଜଣେ ପ୍ରକାଶକ, ଲେଖକ ଏବଂ ଶିକ୍ଷକ । ଉଲ୍ଲେଖଯୋଗ୍ୟ ଯେ, ନାଗରିକତା ସଂଶୋଧନ ବିଲକୁ ନେଇ ଉତ୍ତର ପୂର୍ବାଞ୍ଚଳ ରାଜ୍ୟମାନଙ୍କରେ ଘୋର ଅସନ୍ତୋଷ ପ୍ରକାଶ ପାଇଛି । ଏଭଳିସ୍ଥିତିରେ ତାଙ୍କ ବାପାଙ୍କୁ ଭାରତ ରତ୍ନ ସମ୍ମାନ ପ୍ରଦାନର ସମୟ ଠିକ ନୁହେଁ ବୋଲି ସେ କହିଛନ୍ତି ।

କେନ୍ଦ୍ର ସରକାରଙ୍କ ପ୍ରସ୍ତାବିତ ନାଗରିକତା ବିଲକୁ ତେଜ୍ ଅସାମ୍ବିଧାନିକ ଓ ଅଗଣତାନ୍ତ୍ରିକ ବୋଲି କହିଛନ୍ତି । ସେ କହିଛନ୍ତି ତାଙ୍କ ବାପାଙ୍କ ନାଁ ଓ ଖାତିର ପ୍ରଚାର କରି ବିଜେପି ସରକାର ଏହି ବିବାଦୀୟ ବିଲକୁ ପାସ କରିବାକୁ ଚାହୁଁଛନ୍ତି । ଏହି ବିଲରେ ଉତ୍ତରପୂର୍ବ ଭାରତର ସାର୍ବଭୌମତ୍ବ ଓ ଅଖଣ୍ତତା ନଷ୍ଟ ହୋଇଛି । କେନ୍ଦ୍ର ସରକାର ଏହି ବିଲ ଜରିଆରେ ଦେଶର ଏକତାକୁ ଭାଙ୍ଗିବାକୁ ଚାହୁଁଛନ୍ତି । ତାଙ୍କ ବାପା ମଧ୍ୟ ଏଭଳି କାର୍ଯ୍ୟକୁ ବିରୋଧ କରିଥାନ୍ତେ ବୋଲି ସେ କହିଛନ୍ତି ।

Share

Leave a Reply

Your email address will not be published. Required fields are marked *

18 + 12 =