ବିଶାକ୍ତ ମଦମୃତ୍ୟୁରେ ଯୋଗୀ ସରକାରଙ୍କ ନିସ୍କ୍ରିୟତାକୁ ବିଜେଡିର ସମାଲୋଚନା

ଭୁବନେଶ୍ବର ()  ଉତ୍ତର ପ୍ରଦେଶ ଓ ଉତ୍ତରାଖଣ୍ଡରେ ବିଶାକ୍ତ ମଦ ମୃତ୍ୟୁ ନେଇ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନିସ୍କ୍ରିୟତାକୁ ନେଇ ବିଜେଡି ବର୍ଷିଛି । ଏହି ମଦମୃତ୍ୟୁରେ ବର୍ତ୍ତମାନ ସୁଦ୍ଧା ପ୍ରାୟ 100 ଜଣଙ୍କ ମୃତ୍ୟୁ ହୋଇଛି । ବିଜୁ ଜନତା ଦଳ ପକ୍ଷରୁ ଟ୍ବିଟରରେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ଏଭଳି ଖାମଖିଆଲି ମନୋଭାବକୁ ସମାଲୋଚନା କରାଯାଇଛି ।

ଏହି ଘଟଣାରେ ଉତ୍ତର ପ୍ରଦେଶ ସରକାର ଫାଉଲ ଗେମ ଖେଳିବା ସହ ଅନ୍ୟ ରାଜନୈତିକ ଦଳ ଉପରକୁ ଦୋଷ ଲଦିବା ପରିବର୍ତ୍ତେ ନିଜ ରାଜ୍ୟରେ ବିଶାକ୍ତ ମଦ ବ୍ୟବସାୟ ଉପରେ ଅଙ୍କୁଶ ଲଗାଇବାରେ ସରକାର ନିଜ ବିଫଳତାକୁ ଗ୍ରହଣ କରିବା ଉଚିତ ବୋଲି ବିଜେଡି କହିଛି ।

ବିଜେଡି ଏହି ବିଶାକ୍ତ ପିଇ ମୃତ୍ୟୁ ବରଣ କରିଥିବା ଲୋକଙ୍କ ପରିବାରକୁ ସମବେଦନା ଜଣାଇଛି । ସେପଟେ ବିଶାକ୍ତ ମଦ କାରବାରକୁ ନିୟନ୍ତ୍ରିତ କରିବାରେ ଯୋଗୀ ଆଦିତ୍ୟନାଥ ସରକାରଙ୍କ ବିଫଳତା ଏବଂ 100ରୁ ଅଧିକ ଲୋକଙ୍କ ମୃତ୍ୟୁ ପାଇଁ ବିରୋଧୀ ଦଳଗୁଡିକ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛନ୍ତି ।

Share

Leave a Reply

Your email address will not be published. Required fields are marked *

nineteen − nine =