କେରଳ ବନ୍ୟାରେ ଫସିଛନ୍ତି ୧୩୦ ଜଣ ଓଡ଼ିଆ

ଭୁବନେଶ୍ୱର: ଲଗାଣ ବର୍ଷାରେ କେରଳ ପରିସ୍ଥିତି ଦିନକୁ ଦିନ ଖରାପ ହୋଇ ଚାଲିଛି । କେରଳରେ ଆସିଥିବା ପ୍ରଳୟଙ୍କାରୀ ବନ୍ୟାରେ ୧୪ ଜିଲ୍ଲାରୁ ୧୨ଟି ଜିଲ୍ଲା ଗଭୀର ଭାବେ ପ୍ରଭାବିତ ହୋଇଛି । ଲଗାତାର ବର୍ଷା ଏବଂ ଭୂସ୍ଖଳନ କାରଣରୁ ବାହାରକୁ ବାହାରିବା କଷ୍ଟ ହେଉଥିବା ଅଧିକ ଲୋକ ଘରେ ଫସି ରହିଥିବା ଖବର ମିଳୁଛି। ଏହି ପରିପ୍ରେକ୍ଷୀରେ ସେଠାକାର ଆଲୁଭା ମୁନାର ରୋଡ ଅଞ୍ଚଳରେ ବନ୍ୟାରେ ଫସିରହିଥିବା ୧୩୦ ଜଣ ଓଡ଼ିଆଙ୍କୁ ସାହାଯ୍ୟ ପାଇଁ ଚିଠି ଲେଖିଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର । କେରଳର ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କୁ କମିଶନରଙ୍କ ପକ୍ଷରୁ ଏବାବଦରେ ଜଣାଯିବା ସହ ସେମାନଙ୍କୁ ଖାଦ୍ୟ ଓ ପାନୀୟ ଜଳ ଯୋଗାଇବାକୁ ପତ୍ର ମାଧ୍ୟମରେ ଅନୁରୋଧ କରାଯାଇଛି।  ଏଠାରେ ପ୍ରକାଶ ଥାଉକି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେରଳବାସିନ୍ଦାଙ୍କ ପାଇଁ ୫ କୋଟି ଟଙ୍କା ସହାୟତା ରାଶି ଘୋଷଣା କରିଛନ୍ତି ।

 

Share

Leave a Reply

Your email address will not be published. Required fields are marked *

eleven + 9 =