୧୧୦ ପାର ହେଲା ପେଟ୍ରୋଲ ଦର

ଜୟପୁର: ପ୍ରତିଦିନ ହୁ ହୁ ହୋଇ ବଢ଼ିବାରେ ଲାଗିଛି ପେଟ୍ରୋଲ ଓ ଡିଜେଲ ଦର । ଯାହାକୁ ନେଇ ନିମ୍ନ ମଧ୍ୟବିତ ପରିବାର ଲୋକେ ଚିନ୍ତାରେ ଅଛନ୍ତି । ଦେଶରେ ପ୍ରତିଦିନ ପେଟ୍ରୋଲ, ଡିଜେଲ ଦର ବୃଦ୍ଧିପାଇ ଶେଷରେ ଏବେ ବିସ୍ଫୋରକ ସ୍ଥିତିରେ ପହଞ୍ଚିଛି । ପେଟ୍ରୋଲ ଲିଟର ପିଛା ୧୧୦ ଟଙ୍କା ଟପିଯାଇଛି । ରାଜସ୍ଥାନରେ ରବିବାର ପେଟ୍ରୋଲ ଲିଟର ପିଛା ମୂଲ୍ୟ ୩୬ ପଇସା ଏବଂ ଡିଜେଲ ୨୭ ପଇସା ବୃଦ୍ଧିପାଇବା ପରେ ଏବେ ପ୍ରିମିୟମ ପେଟ୍ରୋଲ ୧୧୨ ଟଙ୍କା ୫୪ପଇସା ଏବଂ ସାଧାରଣ ପେଟ୍ରୋଲ ଲିଟର ୧୦୯ ଟଙ୍କା ୪୯ ପଇସାରେ ବିକ୍ରି ହେଉଛି । ସେହିଭଳି ଡିଜେଲ ମଧ୍ୟ ରାଜସ୍ଥାନର ଶ୍ରୀ ଗଙ୍ଗନଗରରେ ଲିଟର ପିଛା ୧୦୧ ଟଙ୍କା ୯୬ ପଇସା ହୋଇଛି ।

Share

Leave a Reply

Your email address will not be published. Required fields are marked *

18 − 6 =