ବିଜେପିର ସଭାପତି ଭାବେ ଦାୟୀତ୍ୱ ନେଲେ ସମୀର

ଭୁବନେଶ୍ୱର()ବିଜେପିର ସଭାପତି ଭାବେ ଦାୟତ୍ୱ ଗ୍ରହଣ କଲେ ସମୀର ମହାନ୍ତି । ଆଜି ଦଳୀୟ କାର୍ୟ୍ୟାଳୟରେ ଆୟୋଜିତ ସ୍ୱତନ୍ତ୍ର କାର୍ୟ୍ୟକ୍ରମରେ ଦାୟିତ୍ୱ ଗ୍ରହଣ କରିଛନ୍ତି ସମୀର। ବିଜେପି ପ୍ରଭାରୀ ଅରୁଣ ସିଂହ, ଦୁଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତିାପ ଷଡ଼ଙ୍ଗୀ, ସାଂସଦ ଅପରାଜିତା ଷଡ଼ଙ୍ଗୀ, ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା , ବିଦାୟୀ ସଭାପତି ବସନ୍ତ ପଣ୍ଡା ଆଦି ଉପସ୍ଥିତ ଅଛନ୍ତି । ରାଜ୍ୟ ବିଜେପି ସଭାପତି ପାଇଁ ସମୀର ମହାନ୍ତିଙ୍କ ନାଁକୁ ସହମତି ମିଳିଛି ।

ଏହି ଅବସରରେ ସମୀର କହିଛନ୍ତି, “ ରାଜ୍ୟରେ ବିଜେପିର ଲୋକପ୍ରିୟତା ବଢ଼ିବାରେ ଲାଗିଛି। ୧ ପ୍ରତିଶତ ଭୋଟରୁ ଦଳ ୩୮ ପ୍ରତିଶତରେ ପହଞ୍ଚି ପାରିଛି। ଦଳର ନେତା, କାର୍ୟ୍ୟକର୍ତ୍ତାଙ୍କ ତ୍ୟାଗ, ବଳିଦାନ, ତପସ୍ୟା, ଶ୍ରମଦାନ ଦଳକୁ ଲୋକପ୍ରିୟ କରାଇପାରିଛି। ଏହା ଲୋକଙ୍କ ବିଶ୍ୱାସଭାଜନ ହୋଇପାରିଛି।

ତେବେ ଗତକାଲି ସଭାପତି ପଦ ପାଇଁ ଭୋଟ ଦେବାକୁ ଥିବା ସଦସ୍ୟ ଅଥବା ଜିଲ୍ଲା ସଭାପତି, ରାଜ୍ୟ ପରିଷଦ ସଦସ୍ୟଙ୍କ ମଧ୍ୟରେ ସମୀର ମହାନ୍ତିଙ୍କ ନାଁରେ ସହମତି ଜଣାଇଥିଲେ । ତେବେ ସମୀର ମହାନ୍ତି ଏକମାତ୍ର ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରିଥିଲେ । ନାମାଙ୍କନ ଯାଂଚ କରାଯାଇ ସମୀର ମହାନ୍ତିଙ୍କୁ ବିଦ୍ଧିବଦ୍ଧଭାବେ ସଭାପତି ଭାବେ ଘୋଷଣା କରାଯାଇଛି ।

Share

Leave a Reply

Your email address will not be published. Required fields are marked *

fourteen − 9 =