ଗଗନଯାନ ମିଶନ୍ ପୂର୍ବରୁ ମହାକାଶକୁ ଯିବ ‘ବ୍ୟୋମମିତ୍ରା’, ଦେଖନ୍ତୁ ଭିଡିଓ

ନୁଆଦିଲ୍ଲୀ() ମହାକାଶକୁ ଯିବେ ଅର୍ଦ୍ଧମାନବୀ ‘ବ୍ୟୋମମିତ୍ରା’ । ଗଗନଯାନ ମିଶନ ପୂର୍ବରୁ ତିଆରି କରିଥିବା ଅର୍ଦ୍ଧମାନବୀ ରୋବୋର୍ଟର ପ୍ରଥମ ଝଲକ ଦେଖିବାକୁ ମିଳିଛି । ଗଗନଯାନ ମିଶନ ବ୍ୟୋମମିତ୍ରାକୁ ଏକ ମାନବ ବିହୀନ ରକେଟରେ ମହାକାଶକୁ ପଠାଯିବାର ଯୋଜନା କରାଯାଇଛି । ଏନେଇ ସୂଚନା ଦେଇଛନ୍ତି ଇସ୍ରୋ ମୁଖ୍ୟ କେ.ଶିବନ୍ ।

ଇସ୍ରୋ ମୁଖ୍ୟ କହିଛନ୍ତି, ଡିସେମ୍ବର ୨୦୨୧ରେ ଭାରତର ପ୍ରଥମ ମାନବଯୁକ୍ତ ମହାକାଶ ଯାନ ଗଗନଯାନ ଉତକ୍ଷେପଣକୁ ନଜର ରଖି ଡିସେମ୍ବର ୨୦୨୦ ଓ ଜୁନ ୨୦୨୧ରେ ଅର୍ଦ୍ଧ-ମାନବାକୃତି ରୋବୋର୍ଟ ପ୍ରେରଣ କରିବାକୁ ଯୋଜନା କରାଯାଉଛି ।

ବ୍ୟମୋମିତ୍ରା ଏକ ଅର୍ଦ୍ଧମାନବୀ ରୋବର୍ଟ । ବ୍ୟୋମମିତ୍ରାର ଫଟୋ ଏବଂ ଭିଡ଼ିଓ ଇସ୍ରୋ ପକ୍ଷରୁ ଜାରି କରାଯାଇଛି । ଏହିି ରୋବର୍ଟ ମଣିଷ ଭଳି ଆଚରଣ ପ୍ରଦର୍ଶନ କରିବାକୁ ସକ୍ଷମ । ଏହି ରୋବର୍ଟରେ ମାନବ ଶରୀର ସହ ସମ୍ମନ୍ଧିତ କିଛି ଯନ୍ତ୍ରପାତି ଲାଗିଛି, ଯାହା ମହାକାଶରେ ମାନବ ଶରୀର ସଂରଚନା ଉପରେ ହେଉଥିବା ପରିବର୍ତ୍ତନକୁ ଅଧ୍ୟୟନ କରିବ ।

Share

Leave a Reply

Your email address will not be published. Required fields are marked *

fifteen + 20 =