ଯାଜପୁର ଓ ପୁରୀ ମେଡିକାଲ କଲେଜକୁ ମଂଜୁରୀ

ଭୁବନେଶ୍ବର () ପ୍ରତିଶୃତି ରକ୍ଷା କରିବାରେ ନବୀନ ଏକ ନମ୍ବର । ରାଜ୍ୟରେ ସ୍ବାସ୍ଥ୍ୟସେବାର ବିକାଶ ସାଙ୍ଗକୁ ଡାକ୍ତର ଅଭାବ ଦୂର କରିବାକୁ ଆରମ୍ଭ ହୋଇଥିବା ଅଭିଯାନରେ ଆଉ ଏକ ଯୁଗାନ୍ତକାରୀ ପଦକ୍ଷେପ ନେଇଛନ୍ତି ମୁଖ୍ୟମନ୍ତ୍ରୀ । ଯାଜପୁର ଓ ପୁରୀରେ ମେଡିକାଲ କଲେଜ ଓ ହସ୍ପିଟାଲ ପାଇଁ ସରକାର ପୂର୍ବରୁ ନୀତିଗତ ନିଷ୍ପତ୍ତି ନେଇଥିବା ବେଳେ ସୋମବାର ରାଜ୍ୟ କ୍ୟାବିନେଟ ହସ୍ପିଟାଲ ନିର୍ମାଣ ପାଇଁ ଟେଣ୍ଡର ପ୍ରକ୍ରିୟାକୁ ମଂଜୁରୀ ଦେଇଛି । ପୁରୀରେ ୧୦୦ ସିଟ ବିଶିଷ୍ଟ ମେଡିକାଲ କଲେଜ ସହ ୬୫୦ ଶଯ୍ୟା ବିଶିଷ୍ଟ ମେଡିକାଲ ନିର୍ମାଣ ହେବ । ସେହିଭଳି ଯାଜପୁରରେ ୧୦୦ ସିଟ ବିଶିଷ୍ଟ ମେଡିକାଲ କଲେଜ ଓ ୫୦୦ ଶଯ୍ୟା ବିଶିଷ୍ଟ ହସ୍ପିଟାଲ ନିର୍ମାଣ ହେଉଛି ।

ଏହି ଦୁଇଟି ମେଡିକାଲ କଲେଜ ଓ ହସ୍ପିଟାଲର ନିର୍ମାଣ ଦାୟିତ୍ବ ଏଲ ଆଣ୍ଡ ଟିକୁ ଦିଆଯାଇଛି । ଟର୍ଣ୍ଣକି ମାଧ୍ୟମରେ ଏହି ଦୁଇଟି ମେଡିକାଲ କଲେଜର ନିର୍ମାଣ କରାଯାଉଛି । ପୁରୀ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲ ପାଇଁ ୨୨୪ କୋଟି ୫୫ ଲକ୍ଷ ଟଙ୍କାର ବ୍ୟୟ ବରାଦ ହୋଇଥିବା ବେଳେ ଯାଜପୁର ମେଡିକାଲ କଲେଜ ପାଇଁ ୪୨୬ କୋଟି ୫୧ ଲକ୍ଷ ଟଙ୍କାର ବ୍ୟୟ ଅଟକଳ କରାଯାଇଛି । ୩ ବର୍ଷ ମଧ୍ୟରେ ଏହି ଦୁଇଟି ମେଡିକାଲ କଲେଜ ନିର୍ମାଣ ଶେଷ ହେବ । ଯାଜପୁର ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ହୃଦୟର ଅନ୍ୟନ୍ତ ନିକଟତର ଥିଲା । କଳିଙ୍ଗନଗର ଶିଳ୍ପାଞ୍ଚଳ ଏହାର ଏକ ଉଦହାରଣ । ବିଜୁ ବାବୁ ଥିଲେ ଆଜି ଯାଜପୁରର ଯେକୌଣସି ବିକାଶ ତାଙ୍କୁ ଖୁସି କରିଥାନ୍ତା । ସେହିଭଳି ପୁରୀରେ ମେଡିକାଲ କଲେଜ ଜଗନ୍ନାଥ ଧାମର ରୂପାନ୍ତରଣ ପ୍ରକ୍ରିୟାକୁ ଆହୁରି ତ୍ବରାନ୍ବିତ କରିବ । ପୁରୀ ବିଶ୍ବସ୍ତରରେ ସଂସ୍କୃତି, ଐତିହ୍ୟ, ବିଶ୍ବାସ ଓ ବିକାଶର ହବ ହେବ  ।

Share

Leave a Reply

Your email address will not be published. Required fields are marked *

20 − 15 =