ଅନଲକ ହେଲା ରାହୁଲଙ୍କ ଟ୍ୱିଟର ଆକାଉଣ୍ଟ

ନୂଆଦିଲ୍ଲୀ: ରାହୁଲ ଗାନ୍ଧୀଙ୍କ ଟ୍ୱିଟର ଆକାଉଣ୍ଟ୍ ଉପରୁ କଟକଣା ହଟିଛି । ଟ୍ୱିଟର ଏହି କଂଗ୍ରେସ ନେତାଙ୍କ ଆକାଉଣ୍ଟକୁ ଅନଲକ୍ କରିଛି । ଆକାଉଣ୍ଟ୍ ଲକ୍ ହେବା ନେଇ ରାହୁଲ ଏହି ମାଇକ୍ରୋ ବ୍ଲଗିଂ ସାଇଟ୍କୁ ସମାଲୋଚନା କରିବାର ଦିନକ ପରେ ଟ୍ୱିଟର ତାଙ୍କ ଆକାଉଣ୍ଟ୍କୁ ଅନଲକ୍ କରିଛି । ରାହୁଲଙ୍କ ଆକାଉଣ୍ଟ୍ ସମେତ କଂଗ୍ରେସର ଅନ୍ୟ ନେତା ମାନଙ୍କ ଆକାଉଣ୍ଟ୍କୁ ମଧ୍ୟ ଅନଲକ୍ କରିଛି ଟ୍ୱିଟର ।

ବଳାତ୍କାର ଓ ହତ୍ୟାର ଶିକାର ହୋଇଥିବା ଦିଲ୍ଲୀର ଜଣେ ନାବାଳିକାର ବାପା,ମା’ଙ୍କ ଫଟୋ ଟ୍ୱିଟରରେ ସେୟାର କରିବା ପରେ ନିୟମର ଉଲ୍ଳଂଘନ ଦର୍ଶାଇ ଟ୍ୱିଟର ରାହୁଲଙ୍କ ଆକାଉଣ୍ଟକୁ ପ୍ରାୟ ଏକ ସପ୍ତାହ ଧରି ଲକ୍ କରିଦେଇଥିଲା । ଏନେଇ ରାହୁଲ ଗତକାଲି ଟ୍ୱିଟର ଉପରେ ବର୍ଷିଥିଲେ । ଟ୍ୱିଟର ଭାରତର ରାଜନୈତିକ ପ୍ରକ୍ରିୟାରେ ହସ୍ତକ୍ଷେପ କରୁଛି । ଏହା ଭାରତୀୟ ଗଣତନ୍ତ୍ର ଉପରେ ଆକ୍ରମଣ ବୋଲି କହିଥିଲେ ରାହୁଲ ।

Share

Leave a Reply

Your email address will not be published. Required fields are marked *

one × five =