ଆମେ ଭାଇ ଭାଇ ଭିତରେ ଖୁମ୍ପାଖୁମ୍ପି ହୋଇଛୁ

ଭୁବନେଶ୍ୱର() ଆମେ ଭାଇ ଭାଇ ଭିତରେ ଖୁମ୍ପାଖୁମ୍ପି ହୋଇଛୁ । ଭାଇ ଭାଇ ଭିତରେ ବଚସା । ଆଜି ସକାଳୁ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଘରେ ଦୁଇ ପକ୍ଷଙ୍କୁ ନେଇ ମିଳାମିଶା ସରିଛି । ଯିଏ ବିଶୃଙ୍ଖଳା କରିବ, ତା’ ବିରୋଧରେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବୁ ବୋଲି କହିଛନ୍ତି ବରିଷ୍ଠ ବିଧାୟକ ସୁରେଶ ରାଉତରାୟ ।

କଂଗ୍ରେସରେ ଏବେ ବି ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ଟିମ କାମ କରୁଥିବା କଂଗ୍ରେସ ନେତା ନରେଶ ମହାନ୍ତିଙ୍କ ଅଭିଯୋଗ ପରେ ଶ୍ରୀ ରାଉତରାୟ ଏହା କହିଛନ୍ତି । ଗତକାଲି କଂଗ୍ରେସ ଭବନରେ ନରେଶ ମହାନ୍ତିଙ୍କ ଉପରେ ଆକ୍ରମଣ ହୋଇଥିଲା । ଯାହାକୁ ନେଇ କଂଗ୍ରେସରେ ଏବେ ବି ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ଟିମ କାମ କରୁଥିବା ଶୁକ୍ରବାର ଶ୍ରୀ ମହାନ୍ତି ଅଭିଯୋଗ କରିଛନ୍ତି । ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ଇସାରାରେ ତାଙ୍କ ଉପରକୁ ଆକ୍ରମଣ ହୋଇଥିବା ଶ୍ରୀ ମହାନ୍ତି ଅଭିଯୋଗ କରିଛନ୍ତି । ନୂଆ ମିଡିଆ ପ୍ୟାନେଲିଷ୍ଟ ଘୋଷଣା ପରେ ଗତକାଲି ଗଣ୍ଡଗୋଳ ହୋଇଥିଲା ।

ପ୍ରକାଶ ଯେ, ଗୁରୁବାର ଅପରାହ୍ନରେ ଦଳର ବରିଷ୍ଠ ନେତା ଆର୍ୟ୍ୟ କୁମାର ଜ୍ଞାନେନ୍ଦ୍ର ଟିଭି ପାନେଲିଷ୍ଟମାନଙ୍କର ଏକ ବୈଠକ ଦଳୀୟ କାର୍ୟ୍ୟାଳୟରେ ନେଉଥିଲେ । ପ୍ରତ୍ୟେକ ଦିନ ବିଭିନ୍ନ ଟେଲିଭିଜନ ଚାନେଲମାନଙ୍କୁ ଯିବାକୁ ଅତିଥି ଭାବେ ଯିବାକୁ ଥିବା ତାଲିକା ଭୁକ୍ତ ପାନେଲିଷ୍ଟ ତାଙ୍କୁ ଜଣାଇବାକୁ ଯିବା ପାଇଁ ଆଲୋଚନା ଚାଲିଥିଲା । ଏହି ସମୟରେ ପାନେଲିଷ୍ଟ ତାଲିକାକୁ ନେଇ ଅସନ୍ତୁଷ୍ଟ କିଛି କର୍ମୀ ଶ୍ରୀ ଜ୍ଞାନେନ୍ଦ୍ରଙ୍କୁ ଗାଳିଗୁଲଜ କରିବା ସହିତ ସେ ଅତୀତରେ ଦଳ ବଦଳ କରିଥିବା ନେଇ ଆକ୍ଷେପ କରିଥିଲେ । ଏହା ସହିତ ମହାନଦୀ ବଞ୍ଚାଅ ଆନେ୍ଦାଳନରୁ ଆସି କଂଗ୍ରେସରେ ଯୋଗ ଦେଇଥିବା ସୁଦର୍ଶନ ଦାସଙ୍କ ପ୍ରତି କଟୁକ୍ତି ପ୍ରୟୋଗ କରିଥିଲେ । ଏହି ସମୟରେ କଂଗ୍ରେସ ନେତା ଚିନ୍ମୟ ସୁନ୍ଦର ଦାସଙ୍କ ଗାଡ଼ିରେ ଯିବାକୁ ବାହାରିଥିବା ଦଳୀୟ ନେତା ନରେଶ ମହାନ୍ତିଙ୍କୁ ଗାଳି ଗୁଲଜ କରିବାରୁ କର୍ମୀମାନଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା । ଫଳରେ ଉଭୟ ଶ୍ରୀ ଦାସ ଓ ଶ୍ରୀ ମହାନ୍ତି ଆହତ ହୋଇଥିଲେ ।

Share

Leave a Reply

Your email address will not be published. Required fields are marked *

8 − three =