ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ପାଟଣାଗଡଠାରେ ପୁଲିସ ବିଭାଗର ପ୍ରସ୍ତୁତି

ବଲାଙ୍ଗୀର: ବୁଧବାର ପଶ୍ଚିମ ଓଡ଼ିଶା ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟକାର୍ଡ ବାଣ୍ଟିବେ । ମୁଖ୍ୟମନ୍ତ୍ରୀ ପ୍ରଥମେ ଟିଟିଲାଗଡ଼, ପାଟଣାଗଡ ପରେ ବଲାଙ୍ଗିର ଯିବାର କାର୍ୟ୍ୟକ୍ରମ ରହିଛି। ପାଟଣାଗଡ ରମାଇଁ ହାଇସ୍କୁଲରେ ସ୍ବାସ୍ଥ୍ୟ କାର୍ଡ଼ ବଣ୍ଟନ କାର୍ୟ୍ୟକ୍ରମ ରହିଛି। ଏହି ପରିପେକ୍ଷିରେ ଓଡିଶା ପୁଲିସ ବିଭାଗ ତରଫରୁ ଆଜି ସକାଳୁ ବଲାଙ୍ଗିର ଏସପିଙ୍କ ତତ୍ତ୍ବାବଧାନରେ ଏସଡିପିଓ, ଥାନାଅଧିକାରୀ,ଏସଆଇ, ଏଏସଆଇ ସମେତ ୧୦ ପ୍ଲାଟୁନ୍ ଫୋର୍ସ ରମାଇଁ ହାଇସ୍କୁଲ ପଡିଆରେ ମକ୍ ଡ୍ରିଲ କରୁଥିବା ଦେଖିବାକୁ ମିଲିଥିଲା
ଆଜି ମଧ୍ୟାନ୍ନ ୧୨ଟାରେ ଶ୍ରମମନ୍ତ୍ରୀ ସୁଶାନ୍ତ ସିଂ, ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ ସହ ପାଟଣାଗଡ ବିଧାୟକ ସରୋଜ କୁମାର ମେହେର ଏକା ସହିତ ପାଟଣାଗଡ ବିଜେଡି କାର୍ୟ୍ୟାଳୟରୁ ବାହାରି ରମାଇଁ ହାଇସ୍କୁଲ ପଡିଆରେ ପହଞ୍ଚି ଥିଲେ। ମୁଖ୍ୟମନ୍ତ୍ରୀ କାର୍ୟ୍ୟକ୍ରମ ପାଇଁ ହେଉଥିବା କାମର ସମୀକ୍ଷା କରିଥିଲେ। ପୁଲିସ ବିଭାଗ ତରଫରୁ ପାଟଣାଗଡ ରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇ ଥିବା ଜଣାପଡିଛି।

Share

Leave a Reply

Your email address will not be published. Required fields are marked *

7 − 2 =