୩୫ ଦିନର ମହଲତ ଦେଲେ ସୁର

ଭୁବନେଶ୍ୱର ()  ଜଟଣୀ ଅଞ୍ଚଳର ଜଗନ୍ନାଥ ଜମିକୁ ଲୋକଙ୍କୁ ଫେରାଇବାକୁ ଦାବି କରିଛନ୍ତି କଂଗ୍ରେସର ବରିଷ୍ଠ ନେତା ସୁର ରାଉତରାୟ । ଦାରୁଠେଙ୍ଗ ଡମ୍ପିଂୟାର୍ଡକୁ ସ୍ଥାନାନ୍ତର ପାଇଁ ସେ ଦାବି କରିଛନ୍ତି । ଏହି ଦୁଇଟି ପ୍ରସଙ୍ଗରେ ଜାନୁଆରୀ ୨୭ରେ ସୁର ରାଲି କରିବେ । ଦାବି ପୂରଣ ନହେଲେ ତାଙ୍କ ସହ ୧୦୦ ଜଣ ଲୋକ ଆତ୍ମାହୂତୀ ଦେବେ ବୋଲି ସେ କହିଛନ୍ତି । ଏହା ସହ ଜଟଣୀ ଅଂଚଳର ୨୭ଟି ଗାଁର ଜମି ଫେରାଇବାକୁ ମଧ୍ୟ ସେ ଦାବୀ କରିଛନ୍ତି । ଏହି ସବୁ ଗାଁରେ କୈାଣସି ସରକାରୀ ଯୋଜନା ୧୦ବର୍ଷରେ କାର୍ୟ୍ୟକାରୀ ହୋଇନାହିଁ । ତେଣୁ ଜାନୁଆରୀ ୨୬ ସୁଦ୍ଧା ଅର୍ଥାତ ୩୫ ଦିନର ମହଲତ ଦେଇ ଏହି ସବୁ ଦାବ ପୂରଣ ନହେଲେ ନବୀନ ନିବାସ ଘେରାଉ କରିବା ସହ ଆତ୍ମାହୁତି ଦେବାକୁ ଚେତାବନୀ ଦେଇଛନ୍ତି ସୁର ।

Share

Leave a Reply

Your email address will not be published. Required fields are marked *

seven + 5 =